Bjd kolnara, Rayagada

Bjd kolnara, Rayagada Contact information, map and directions, contact form, opening hours, services, ratings, photos, videos and announcements from Bjd kolnara, Rayagada, Arts and entertainment, Rayagada.

16/12/2023

ଗଜପତି ଠାରେ ଆୟୋଜିତ ଜୋନ ସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ୍‌’ର ବିଶେଷ ଆକର୍ଷଣ ସାଜିଛି ବିଜ୍ଞାନ ପ୍ରଦର୍ଶନୀ। ପନ୍ଦରଟି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ତିରିଶଟି ଅଭିନବ ବିଜ୍ଞାନ ପ୍ରକଳ୍ପଗୁଡ଼ିକ ଛାତ୍ର, ଅଭିଭାବକ ଓ ବିଜ୍ଞାନପ୍ରେମୀଙ୍କ ମନ ମୋହୁଛି। ଏହି ପ୍ରଦର୍ଶନ ଉଭୟ ପ୍ରତିଯୋଗୀ ଓ ଦର୍ଶକ ଛାତ୍ରଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରୁଛି।

CMO OdishaDistrict Administration, GajapatiJagannath SarakaMinistry of Tribal Affairs, Government of IndiaScstrti OdishaMo Sarkar 5T

Bjd kolnara, Rayagada IT, ୧୬/୧୨: ବିଜୟ ଦିବସରେ ବୀର ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ନିଜ ପ...
16/12/2023

Bjd kolnara, Rayagada IT, ୧୬/୧୨: ବିଜୟ ଦିବସରେ ବୀର ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ନିଜ ପରାକ୍ରମ ଓ ବୀରତ୍ୱ ଦ୍ୱାରା ଦେଶକୁ ବିଜୟୀ କରିଥିବା ପ୍ରତିଟି ସୈନିକଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ଓ ପ୍ରେରଣାର ଉତ୍ସ।

Jagannath Saraka

  ୧୫/୧୨: ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ବିଶେଷ କରି ଓଡ଼ିଶାବାସୀଙ୍କ ନିକଟରେ...
15/12/2023

୧୫/୧୨: ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ବିଶେଷ କରି ଓଡ଼ିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବାକୁ ନିଷ୍ଠାର ସହ କାମ କରୁଥିବା Biju Janata Dal Odisha ର ଲକ୍ଷ ଲକ୍ଷ କର୍ମୀ ଏବଂ ନେତୃମଣ୍ଡଳୀଙ୍କୁ ଶୁଭକାମନା। ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଥିବା ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ।

ଆମ ଦଳ ମହିଳା ସଶକ୍ତିକରଣରେ ବିଶ୍ବାସ କରେ। ମା’ମାନଙ୍କ କଲ୍ୟାଣ ଆମର ପ୍ରାଥମିକତା ରହିଆସିଛି। ତେଣୁ ବହୁ ସଂଖ୍ୟାରେ ମା’ମାନେ ଆଜି ବିଜୁ ଜନତା ଦଳରେ ଅଛନ୍ତି। ମା’ମାନଙ୍କଠାରୁ ଆରମ୍ଭ କରି ଛାତ୍ର ଓ ଯୁବଶକ୍ତିଙ୍କ ସହ ବିଜୁ ଜନତା ଦଳ ସାରା ଓଡ଼ିଶାବାସୀଙ୍କ ପସନ୍ଦ ପାଲଟିଛି।

ବିଜେଡି ଏକ ସଫଳ ଆଞ୍ଚଳିକ ଦଳ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜୁ ଜନତା ଦଳ କେବଳ ଏକ ଦଳ ନୁହେଁ ଏହା ହେଉଛି ଦେଶର ଏକ ସବୁଠାରୁ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ।

ଆମ ଦଳର ମୂଳ ମନ୍ତ୍ର ସେବା। ବିଜୁ ବାବୁଙ୍କ ଆଦର୍ଶରେ ସେବା ମନୋଭାବ ନେଇ ଆମେ କାମ କରିଚାଲିଛୁ। ଏଥିପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଭାବେ ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଦଳରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି ସେ ନେଇ କିଛି ଲୋକ ପଚାରୁଛନ୍ତି। ମୁଁ କହିବାକୁ ଚାହେଁ ଯେ ନିର୍ବାଚନ ପ୍ରସ୍ତୁତି ନୁହେଁ। ଆମେ କାମରେ ବିଶ୍ବାସ କରୁ। ସେବାରେ ବିଶ୍ବାସ କରୁ।

ଓଡ଼ିଶାରେ ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି। ଇତିହାସ କେବେ ଏତେ ବଡ଼ ରୂପାନ୍ତରୀକରଣ ଦେଖିନଥିଲା। ମଠ ମନ୍ଦିର ହେଉ ବା ସ୍କୁଲ, କଲେଜ୍, ହସ୍ପିଟାଲ, ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ଯାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡ଼ିଶାର ରୂପାନ୍ତର।

ଓଡ଼ିଶାରେ ନିବେଶ ବଢୁଛି। ନିବେଶ କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ ଆଇଟି କମ୍ପାନୀ ଖୋଲିବାରେ ହେଉ ବା ମା’ମାନଙ୍କ ସଶକ୍ତିକରଣ, ଚାଷୀମାନଙ୍କ ସଶକ୍ତିକରଣ ସବୁ କ୍ଷେତ୍ରରେ, ଓଡ଼ିଶା ସାରା ଦେଶରେ ଆଜି ଉଦାହରଣ ହୋଇଛି।

ବିରୋଧୀମାନେ ସବୁବେଳେ ମିଛ ଏବଂ ଅପପ୍ରଚାର କରିବାକୁ ଚେଷ୍ଟା କରିବେ। ତୃଣମୂଳସ୍ତରରେ ଏହାର ଦୃଢ଼ ମୁକାବିଲା କରିବାକୁ ହେବ। ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ। ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ।

27/08/2023
12/01/2023

Address

Rayagada
765017

Telephone

+916370221409

Website

Alerts

Be the first to know and let us send you an email when Bjd kolnara, Rayagada posts news and promotions. Your email address will not be used for any other purpose, and you can unsubscribe at any time.

Share