Shri Jagannatha Council for Cultural Research & Training

  • Home
  • India
  • Puri
  • Shri Jagannatha Council for Cultural Research & Training

Shri Jagannatha Council for Cultural Research & Training Odia kala O Sanskrutiku aagaku neba pain aame ta prastuta achhu aau aapan??????

21/08/2025

ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ :

"ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଙ୍କି ତୋରା
ରଙ୍ଗେ ନାଚିଆସୁଛନ୍ତି ଗୋ ଯେହ୍ନେ ଗଗନେ ତାରା"

ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଶ୍ରୀମନ୍ଦିର ରେଶ୍ରୀଜୀଉ ମାନ ଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ , ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶ ରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତା ବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ ।

ଏହି ବେଶରେ ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର ଙ୍କ ଦୁଇ ହସ୍ତ ଓ ସୁଭଦ୍ରାଙ୍କ ୪ହସ୍ତ ହୋଇଥାଏ। ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଛନ୍ଦ ପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥାନ୍ତି। ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି।

ଏତଦବ୍ୟତୀତ ବାଙ୍କ ଚୂଳ କିରୀଟ ସୁଶୋଭିତ ଶ୍ରୀ ଜଗନ୍ନାଥଙ୍କ ହସ୍ତରେ ବଂଶୀ ଓ ପଦ୍ମ , ଶ୍ରୀ ବଳଭଦ୍ରଙ୍କ ଡାହାଣ ହସ୍ତରେ ଶିଂଘା ଓ ବାମ ହସ୍ତରେ ପଦ୍ମ ସହ କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ। । ବାଙ୍କ ଚୂଳ କିରୀଟି ଉପରେ ପତ୍ର ଲଗା କଦମ୍ବ ଫୁଲ , ଦେଢ଼ି , ମଲ୍ଲ କଢି, ଚନ୍ଦ୍ର , ଚିତା , ନାକଚଣା, ହାତ ଫେର , ଖଡୁ , ଶ୍ରୀପୟରରେ ପାଉଁଜି , ବାଙ୍କି , ପାହୁଡ଼ , ଗୋଡ଼ମୁଦି ଇତ୍ୟାଦି ସଜ୍ଜିତ କରାଯାଇଥାଏ। ।

ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ , ପାଶ , ଅଙ୍କୁଶ ଧାରଣ କରିଥାନ୍ତି ।

ରତ୍ନସିଂହାସନରେ ବିରାଜିତ ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁଇ ପାଖରେ

ନନ୍ଦ , ଯଶୋଦା , ବସୁଦେବ , ଦେବକୀ , ଗୋପାଳ ବାଳକ , ଗୋପୀ , ବ୍ରହ୍ମା , ଇନ୍ଦ୍ର , ନାରଦ ରୋହିଣୀ ଆଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି।

ଯଦି ରଘୁନାଥ ବେଶ ତୁଳନା ରେ ଦେଖା ଯାଏ ତେବେ କୃଷ୍ଣ ବଳରାମ ବେଶ ମଧ୍ୟ ସେହି ପରି ବିଶାଳ ରୂପରେ ହୋଇଥାଏ।
ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସାନ୍ଧ୍ୟ ଧୂପ ଅନୁଷ୍ଠିତ ହୋଇଥାଏ। ଏହା ବିଳମ୍ବିତ ରାତ୍ରୀ ଯାଏ ଚାଲିଥାଏ। ତତ୍ପରେ ବେଶ ଓଲାଗି ହୋଇ ଅନ୍ୟ ନୀତି ହୋଇଥାଏ।

Address

Chalisibatia
Puri
752012

Telephone

9853385399

Website

Alerts

Be the first to know and let us send you an email when Shri Jagannatha Council for Cultural Research & Training posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Shri Jagannatha Council for Cultural Research & Training:

Share