05/10/2026
ଜୟ ଶ୍ରୀଜଗନ୍ନାଥ !
ୁମାର_ଉତ୍ସବର_ଶେଷ_ପ୍ରସ୍ତୁତି_ବୈଠକ_ସମ୍ପନ୍ନ
ଆସନ୍ତା ୨୭ରୁ ୨୯ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବାକୁ ଥିବା ୫୯ତମ କୁମାର ଉତ୍ସବକୁ ସଫଳ, ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ କୁମାର ଉତ୍ସବ ସମିତି ପକ୍ଷରୁ ଶେଷ ପ୍ରସ୍ତୁତି ବୈଠକ ପୁରୀ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ଦାୟିତ୍ୱ ବଣ୍ଟନ, ଅତିଥି ଅଭ୍ୟର୍ଥନା, ମଞ୍ଚ ପରିଚାଳନା ଏବଂ ଆୟୋଜନର ଶେଷ ପର୍ଯ୍ୟାୟରେ ରହିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା।
ବୈଠକରେ ସମିତିର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ରଙ୍କ ପ୍ରସ୍ତାବ କ୍ରମେ ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଏହି ଅବସରରେ ସମିତିର ଉପଦେଷ୍ଟା ମଣ୍ଡଳୀ, ବରିଷ୍ଠ ସଦସ୍ୟ-ସଦସ୍ୟା ଏବଂ ବିଭିନ୍ନ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଯୋଗଦେଇ ଉତ୍ସବର ସଫଳ ଆୟୋଜନ ନିମନ୍ତେ ନିଜ ନିଜ ମତାମତ, ପରାମର୍ଶ ଓ ଦାୟିତ୍ୱବୋଧ ପ୍ରକାଶ କରିଥିଲେ।
ସମସ୍ତଙ୍କ ଏକତା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଚଳିତ ବର୍ଷର କୁମାର ଉତ୍ସବକୁ ଅଧିକ ବର୍ଣ୍ଣାଢ଼, ଶୃଙ୍ଖଳିତ, ଆକର୍ଷଣୀୟ ଓ ସ୍ମରଣୀୟ କରିବା ସହ ପୁରୀର ସାଂସ୍କୃତିକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ପାଇଁ ବୈଠକରେ ସାମୁହିକ ସଂକଳ୍ପ ନିଆଯାଇଥିଲା। ବୈଠକ ଶେଷରେ ସମିତିର ସମସ୍ତ ସଦସ୍ୟ-ସଦସ୍ୟା ଏକାଠି ହୋଇ ସାମୁହିକ ମହାପ୍ରସାଦ ସେବନ କରିଥିଲେ। ଏହା ମଧ୍ୟରେ ଭାଇଚାରା, ସାମୂହିକତା ଓ ଉତ୍ସବ ପ୍ରତି ସମସ୍ତଙ୍କ ଆତ୍ମୀୟତାର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
ୁମାର_ଉତ୍ସବ #କୁମାର_ଉତ୍ସବ_ସମିତି
ୁଷ୍ଠାନ_ଆମ_ଗୌରବ