13/04/2026
ଜୟ ଶ୍ରୀଜଗନ୍ନାଥ !
#ଗଭୀର_ଶ୍ରଦ୍ଧାଞ୍ଜଳି 🌹
ସଙ୍ଗୀତ ଜଗତ ଆଜି ଏକ ଅପୂରଣୀୟ ଶୂନ୍ୟତାର ସାକ୍ଷୀ। ଏକ ସ୍ୱର, ଯେଉଁଠାରେ ଦଶନ୍ଧି ଦଶନ୍ଧି ଧରି ଲକ୍ଷ ଲକ୍ଷ ହୃଦୟକୁ ସ୍ପର୍ଶ କରିଥିଲା, ସେହି ସ୍ୱର ଆଜି ନିରବତାରେ ଲୀନ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଅକାଳ ବିୟୋଗ କେବଳ ଜଣେ କଣ୍ଠଶିଳ୍ପୀଙ୍କ ଅନୁପସ୍ଥିତି ନୁହେଁ। ଏହା ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ହାନି। ତାଙ୍କର ସ୍ୱରରେ ଥିଲା ସମୟର ସ୍ପନ୍ଦନ, ଥିଲା ମନୁଷ୍ୟର ଭାବନାର ଶୁଦ୍ଧ ପ୍ରକାଶ। ସେ ଆମକୁ ଗୀତ ଦେଇନଥିଲେ କେବଳ,
ସେ ଆମକୁ ଅନୁଭୂତି ଦେଇଥିଲେ, ଜୀବନକୁ ଅନୁଭବ କରିବାର ଏକ ନୂଆ ଭାଷା ଦେଇଥିଲେ। ଆଜି ତାଙ୍କ ଅଭାବ ଗଭୀର ଭାବରେ ଅନୁଭବ ହେଉଛି, କିନ୍ତୁ ତାଙ୍କର ସ୍ୱର ଆମ ମନରେ ସଦା ଜୀବନ୍ତ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆମର ବିନମ୍ର ପ୍ରାର୍ଥନା, ତାଙ୍କର ପବିତ୍ର ଆତ୍ମାକୁ ଶାଶ୍ୱତ ଶାନ୍ତି ପ୍ରଦାନ କରନ୍ତୁ
ଏବଂ ପରିବାରବର୍ଗକୁ ଏହି ଅପାର ଦୁଃଖ ସହିବା ପାଇଁ ଧର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ତାଙ୍କ ସ୍ମୃତିରେ କୁମାର ଉତ୍ସବ ସମିତି ପକ୍ଷରୁ ଶତ ଶତ ନମନ। ଓଁ ଶାନ୍ତି। 🙏🌼