14/02/2020
# # # # #: ଭାଲେନ୍ ଟାଇନ୍ ଡେ/ଲଭର୍ସ ଦିନ୍: # # # #
ଗୁଟେ ସଚେତନତା ଧର୍ମୀ ଶିକ୍ଷଣୀୟ ବିଷୟ ଉପ୍ରେଁ ଆଧାରିତ୍ ଫିଲିମ୍।
ଇ ସମଲପୁରୀ ଫିଲିମ୍ "ଭାଲେନ୍ଟାଇନ୍" ଫିଲ୍ମ ର କାହାନୀ ଲେଖିଛନ୍ ସମଲପୁରୀ ମଜା ଗ୍ରୁପ୍ ର ଜଣେ ଏଡମିନ୍
ନେତ୍ର ମହାଲିଂ ଭାଇ।କାହାନୀ କେ ସଜେଇଛନ୍ ବିଟୁ ଦାଦା
ନିର୍ଦେଶନା ଦେଇଛନ୍ ସୁମନ୍ ଦା,ସଂଗୀତ ଦେଇଛନ୍ ମଂଗଲ୍ ଦାଦା, ସଂପାଦନା କରିଛନ୍ ପ୍ରେମ୍ ଦା ଆଉ ପ୍ରଯୋଜନା କରିଛନ୍ ସାଗର୍ ସିନେ ଓ୍ବାର୍ଲଡ୍ସ। ଇ ଫିଲ୍ମକେ
ଆପଣମାନେ ଦେଖି ପାର୍ବେ Sagar cine worlds ୟୁଟ୍ୟୁବ୍ ଚ୍ୟାନେଲ୍ ରେ।
ଆଏଜ୍ ଫିଲିମ୍ ରିଲିଜ୍ ହେଇଥିତା ହେଲେଁ ଗୁଟେ ଦୁର୍ଘଟଣା ରେ ମୋର୍ ଗୋଡ୍ ଭାଂଗି ଯେଇଛେ ବଲି
ଫିଲ୍ମର ସୁଟିଂ ସରି ଯାଇଥିଲେ ଭି ଏଡିଟିଂ କାମ୍ ବାକୀ ରହିଗଲା।ମୁଇଁ ଭଲ ହେଲା ପରେଁ ଫିଲ୍ମ ର ବାକୀ କାମ୍ ସାରିକରି ରିଲିଜ୍ କର୍ମୁ। ଭାଲେନ୍ଟାଇନ୍ ସପ୍ତାହ ସାରା ପୋଷ୍ଟ ମାଧ୍ୟମରେ ଆପଣ ମାନକୁଁ ସବୁ ଡେ ମାନକର୍ ଦୃଶ୍ୟ ଆଉ କାହାନୀ କହିଦେଇଛୁଁ କିଛି ଦିନ ପରେଁ ଆପଣ ମାନେ ହେଇ କାହାନୀ ମାନ କେ ଫିଲ୍ମରେ ଦେଖି ପାର୍ବାର ଲାଗିଁ ଆଏଜ୍ ହିଁ ଆଗତୁରା subscribe କରି ଦେଇଥାଉନ୍ Sagar cine worlds କେ।ଫିଲ୍ମ ରିଲିଜ୍ ହେଲେଁ ଆପଣ ମାନକର ନିକେ notification msg ଯିବା।
ଆସୁନ୍ ଭାଲେନ୍ଟାଇନ୍ ଡେ କାହାନୀ ନିକେ ଯିମା।
ଗୁଟେ ପାର୍କ ଭିତ୍ର ର ଦୃଶ୍ୟ
ପାର୍କ ନ ବୟସ୍କ ଲୋକ୍ ଟେ ବସିକରି ପେପର୍ ପଢୁଛନ୍
ପାର୍କ ଭିତ୍ରେଁ ଛୁଆ ମାନେ ଖେଲୁଛନ୍।ପିଲା ଟୁକେଲ୍ ସାରେ(ଜୁଡି ଟେ )ଆସଲେ।ସେ ବହସ୍କ ଲୋକ୍ ନୁ ଟିକେ ଛଡା ର ବସଲେ।ଧରାଧରି ହେଇକରି ସେଲଫି ଉଠଉଥାନ୍।ଦାଁତ୍ ଦେଖା ଦେଖି ଭି ଚଲୁଥାଏ।ସେ ବୟସ୍କ ଲୋକ୍ ତାହାକୁଁ ଦେଖଲେ ଆଉ ଟିକେ ମନେ ମନେ ବିରକ୍ତ ଭି ହେଲେ।କାରଣ ସେ ଦୁହି ଝନ ପିଲାଟୁକେଲ୍ ଓପନ୍ ଲି ହଁସାଗିଜରା ହଉଥାନ୍ ବିନଦାସ୍
ପାର୍କ ନ ଥିବାର୍ ସେ ବୟସ୍କ ଲୋକ୍ ତାକର୍ ପାଖକେ ଯେଇକରି ବସଲେ ଆଉ ଦେଖଲେଁ ଅଁର୍ ରେଇକରି।
ପିଲା:କାଣା ହେଲା ବବା?କାଣା ଦେଖୁଛ ଆମକୁ?
ଟୁକେଲ:ତମେ ହେନୁ ବସିଥିଲ କାଏଁଯେ,ଆମର୍ ପାଖକେ କାଏଁ ଯେ ବସି ଆସଲ ବବା?
ପିଲା:ଗିଜେଁ ଚାଁଟି ଚାବିଥିବା।ହାହାହାହା
ବୟସ୍କ ଲୋକ:ଏ ବାବୁ।ଟିକେ ମୁହୁଁ ସମହଲେଇ
କରି କଥାବାର୍ତା କର ହୋ।
ଟୁକେଲ:ତମକେ ମିସ୍ ବିହେଫ୍ କର୍ଲେ ଭେଲ୍ ବବା?
ପିଲା:ବବା।ତମେ ହେ ଆଡେଁ ଯ ବସବ।ଆମକୁ ଡିଷ୍ଟର୍ବ ନାଇଁ କର।ଯ।
ବୟସ୍କ ଲୋକ:ତମେ ଦୁହିଝନ ଇ ଚିଲ୍ରେନ୍ ପାର୍କ କେ କାହିଁ ଆସିଛ ବୋ??ଇଟା ଛୁଆ ମାନକର୍ ପାର୍କ ଆଏ
ବଲି ନାଇଁ ଜାନି କାଏଁ?
ପିଲା:ତମେ ସେ କାହିଁ ଆସିଛ ବବା ଚିଲରେନ୍ ପାର୍କ କେ?
ବୟସ୍କ ଲୋକ:ମୋର୍ ନାତିଛୁଆ କେ ଖେଲାବାର୍ କେ ଆନିଛେଁ ପାର୍କ କେ।ତମେ ମାନେ ଭି ତମର୍ ନାତି ନାତେନ୍ କେ ଖେଲାବାର୍ କେ ଆନିଛ ଭେଲ୍???
ପିଲା ଟୁକେଲ୍ ମୁଡ୍ ଗାଡି ଦେଲେ।
ବୟସ୍କଲୋକ୍:ବାବୁ,ଇଟା ପାର୍କ ଆଏ।ତମର୍ ଶୁଇବାର୍ ଘର୍ ନୁହେସେ,ତମକେ ଲାଏଜ୍ ସରମ୍ ନାଇଁ ଲାଗବାର୍?ଏତକି ଲୋକବାକ୍ ଛୁଆପିଲା ଇନୁ ଅଛନ୍
ଆଉ ତମେ ଇନୁ ହେଁହେଁ ଫେଁଫେଁ ହଉଛ?ଛିଃ
ପିଲା:ଆଉ କେନ୍ତା କର୍ମୁ ସେ ହୋ ବବା?ଆଉ କେନ୍ କେ ଯିମୁ?ତମେ ବୁଢା ବୁଢୀ ଗୁଡାଦୁ ତ ପାର୍କ କେ ଠିକା ନେଲା ଲେଖେଁ ସବୁଦିନ୍ ଯୁଗୁଛ।ନାତି ନାତେନ୍ କୁଁ ଖେଲାବାର୍ ବାହାନା ଥିଁ ସବୁଦିନ୍ ଆସିକରି ପାର୍କ ନ ମସ୍ତ ଟାଇମ୍ ପାସ୍ କରୁଛ।
ଟୁକେଲ:ଯେତକି ଛୁଆ ପାର୍କ ନ ନୈନ ତାର୍ ନୁ ବେଶୀ ବୁଢା ବୁଢୀ ମାନେ ପାର୍କ ନ ଥିସନ୍।ତମର୍ ଲାଗିଁ ପାର୍କ ବନା ହେଇଛେ କାଏଁ?
ବୟସ୍କବ୍ୟକ୍ତି:ପାର୍କ ଟା ସବକର୍ ଲାଗିଁ ଆଏ,ହେଲେଁ ପାର୍କ କେ ପାର୍କ ଭାବେଁ ବେଭାର୍ କର୍ଲେଁ ସିନା ହେବା,ତମେ ପିଲା ଟୁକେଲ୍ ମାନେ ତ ପାର୍କ ମାନକୁ ଲଭର୍ ପଏଣ୍ଟ୍ସ ବନେଇ ଦଉଛ।
ପିଲା:ଠିକ୍ କରୁଛୁଁ ବବା।ପିଲା ଟୁକେଲ୍ ମାନକର୍ ଲାଗିଁ ଯଦି ଅଲଗା ପାର୍କ ଥିତା ବୈଲେଁ ଆମେ ଥୁଡେ ନ ଆଏତୁଁ?
ବୟସ୍କଲୋକ:ତମେ ମାନେ ସର୍କାର କେ ନାଇଁ କହେତ
ତମର୍ ଲାଗିଁ ଲଭର୍ ପଏଣ୍ଟ ଗୁଡାଦୁ ବନେଇଦେତେ।
ଟୁକେଲ:ବବା,ତମେ ସୋଜ୍ ବେ ମତଲବ୍ କେ ଦିମାକ୍ ନାଇଁ ଚାଟ ଆମର୍।ତମର୍ ବାଟେଁ ତମେ ରହ।
ପିଲା:ବବା।ଜାନିଛ କିନି?ଆଏଜ୍ ଭାଲେନ୍ ଟାଇନ୍ ଡେ ଆଏ ବଲି?ଆମକୁ ତମେ ଡିଷ୍ଟର୍ବ ନାଇଁକର ତ।ଯ ତମର୍ ବାଟେଁ ଯ।ତମର୍ ହିସାବେଁ ରହ।
ବୟସ୍କଲୋକ:ଓହୋ। ଆଏଜ୍ ଭାଲେନ୍ଟାଇନ୍ ଡେ ଆଏ?
ଟୁକେଲ୍:ହଁ ବବା।ଆଏଜ୍ ଭାଲେନ୍ ଟାଇନ୍ ଡେ ଆଏ।
ବୟସ୍କ ଲୋକ:ଇ ଭାଲେନ୍ ଟାଇନ୍ ଡେ ବୈଲେଁ କାଣା ଆଏ ରେ ନନୀ?
ପିଲା:ଭାଲେନ୍ ଟାଇନ୍ ଡେ ବୈଲେଁ ଲଭର୍ସ ମାନକର୍ ତିହାର୍ ଦିନ୍ ଆଏ ବବା।ବରଷକ ଥରେ ଇଟା ଆଏସି
ଫେବୃୟାରୀ ୧୪ ତାରିଖ।
ଟୁକେଲ:ତମେ କେନ୍ ପୁରୁଣା ଜମାନାର୍ ଅ ବବା?ଭାଲେନ୍ଟାଇନ୍ ଡେ ବୈଲେ ନାଇଁ ଜାନବାର୍ ଯେ।
ବୟସ୍କଲୋକ:ବୈଲେଁ ତମର୍ ଲେଖେଁ ଲଭ୍ କରୁଥିବାର୍
ଲଭର୍ସ ମାନକର୍ ସିଗା ତିହାର୍ ଆଏ ବଲ?
ପିଲା:ହଏ ପରେ ବବା। ଆଏଜ୍ ଆମର୍ ତିହାର୍ ଆଏ
ବୟସ୍କ ଲୋକ:ଇଏବୁଆ,ଆଏଜ୍ ତମର୍ ତିହାର୍ ଆଏ ବୈଲେଁ ନୂଆଁ କପଡା ଲତା କେନ୍ତା ନାଇଁ ପିନ୍ଧିଁ ସେ?କାଏଁ କାଏଁ ପିଠାପନା କରିଛ ଘର୍ ମାନକୁଁ?ଆଏଜ୍ ନୂଆଁ ଡ୍ରେସ୍ ପିନ୍ଧିକରି ଘର୍ ଘର୍ ପିଠାପନା ବାଁଟିକରି ମାଁ ବୁଆ ଗୁରୁଜନ ମାନକର୍ ଆଶୀର୍ବାଦ ନେଲ ନ କିନି?
ଆଉ ତମର୍ ଲଭର୍ସ ତିହାର୍ ଭାଲେନ୍ଟାଇନ୍ ଡେ କେ ମନାବାର୍ ଲାଗିଁ ପାର୍କ କେ କେନ୍ତା ଆଇଛ ସିନେ??
ପିଲା:ବବା।ତମେ ପୁରୁଣାକାଲିଆ ଲୋକ୍ କାଣା ଜାନବ?ମଡର୍ନ ଜମାନା ର ଲୋକ୍ ହେଇଥିଲେଁ ସିନା ଜାନତ?ଭାଲେନ୍ଟାଇନ୍ ଡେ କାଣା ଆଏ ଯେ?
ଟୁକେଲ:ତମକେ ଥୁଡେ ନ ବୁଝେଇ ପାର୍ମୁ କାଏଁ?
ବୟସ୍କ ଲୋକ:ଆରେ,ତମେ ଗୁଟେ ତିହାର୍ ମନଉଛ ବୈଲେଁ ତମର୍ ତିହାର୍ ବାବଦେଁ କହେଲେଁ ସିନା ଆମେ ଜାନମୁଁ।ତମର୍ ଭାଲେନ୍ ଟାଇନ୍ ତିହାର୍ ଯେନ୍ ପାଲନ୍ କରୁଛ ଇଟା କାଏଁଯେ କରୁଛ?ଇ ତିହାର୍ ପାଲନ ର ପରଂପରା ରିତୀନୀତି କାଣା ଆଏ?
ଟୁକେଲ୍:ଇଟା ଫେବୃୟାରୀ ସାତ୍ ତାରିଖ ନୁ ଆରଂଭ ହେସି ଚଉଦ ତାରିଖ୍ ସର୍ସି।ସାତ୍ ଦିନ୍ କେ ସାତ୍ ପ୍ରକାରେଁ ପାଲନ୍ କର୍ସନ।ରୋଜ୍ ଡେ, ପ୍ରପୋଜ୍ ଡେ
ପ୍ରମିଶ ଡେ ଟେଡି ଡେ ହଗ୍ ଡେ କିସ୍ ଡେ ଆଉ ଭାଲେନ୍ଟାଇନ୍ ଡେ।
ପିଲା:ଆଉ ହେଇ ସବୁ ଦିନ୍ କେ ନାଁ ହିସାବେଁ ପାଲନ୍ କର୍ସୁଁ ବବା।ବୁଝଲ??
ବୟସ୍କ ଲୋକ:ଓହୋ,ସାତ୍ ଦିନିଆଁ ତିହାର୍ ଆଏ ବଲ।ସାତ୍ ନମର୍ ଦିନେ ପୂର୍ଣାହୁତି ପଡସି ବଲତ।
ଟୁକେଲ୍:ହଏ।ଆଉ ସବୁ ଲଭର୍ ମାନେ ଟାଖି ଥିସନ୍ ଭାଲେନ୍ ଟାଇନ୍ ଦିନ୍ କେ ହଁସି ଖୁସି ରେ ପାଲନ୍ କର୍ବାକେ।
ବୟସ୍କ ଲୋକ:ବୈଲେଁ କାଏଲ୍ ଠାନୁ ତମର୍ ଲଭ୍ କର୍ବାର୍ ଟା ବନ୍ଦ୍ ହେଇଯିବା ବଲ?
ପିଲା:କାଏଁଯେ ବନ୍ଦ ହେବା ବବା?ଫୁଲ୍ ପିକଅପ୍ ରେ ଚଲବା।ନାଇଁ ନାଇଁ ଫୁଲ୍ ସ୍ପିଡ୍ ରେ ଦୌଡିବା ହୋ ବବା।
ବୟସ୍କ ଲୋକ୍:ବୈଲେଁ ତମର୍ ଭାଲେନ୍ ଟାଇନ୍ ସପ୍ତାହ
ଯେନ୍ ମନଉଛ ହେତକି ଦିନୁଁ ଲଭ୍ ଆରଂଭ ହେସି ଆଉ ଭାଲେନ୍ ଟାଇନ୍ ଦିନ୍ ସରି ଯାଏସି?ବାକୀ ଦିନ୍ କେନ୍ତା କର୍ସ?ଲଭ୍ କର୍ବାର ପୁରା ବନ୍ଦ୍ ଥିସି କାଏଁ?
ଟୁକେଲ:ତମେ ଏତକି କଥା କାଏଁ ଯେ ପଚ୍ରଉଛ ବବା?
ଇଟା ପିଠାପନା କର୍ବାର ତିହାର୍ ନୁହେସେ,ରେଷ୍ଟୁରାଣ୍ଟ କେ ଯେଇକରି ଖାଏବାର୍ ତିହାର୍ ଆଏ। ଘରର୍ବୁ ଲୋକମାନକୁ ଜୁହାର୍ କର୍ବାର ତିହାର୍ ନୁହେସେ ବବା,ଘରର୍ ଲୋକ୍ ମାନକର୍ ନୁଁ ଲୁକି କରି ମନାବାର୍ ତିହାର୍ ଆଏ।
ବୟସ୍କଲୋକ:କାଣା?ଛିଃଛିଃଛିଃଛିଃ। ତିହାର୍ ମନଉଛ ଯେ ଘରର୍ ଲୋକ ନୁଁ ଲୁକିକରି??ତ ଇଟା କେନ୍ତା ତିହାର୍ ଆଏ??
ଆମେ ତିହାର୍ ମନାଲେଁ ଘରେଁ ବାହାରେଁ ସଭେ ଜାନ୍ସନ ସଭେ ମିିକରି ମନାସୁଁ।ଆମର୍ ପୁଷପୁନୀ ନୂଆଁଖାଇ ଦଶହରା ଦିଆଲି ଭାଏଜିଇଁତିଆ ପୁଓ ଜିଇଁତିଆ ଏନ୍ତା କେତେ ପ୍ରକାର୍ ତିହାର୍ କେ ମନାସୁଁ।ଆଉ ତମେ?ଲୁକି ଛପି କରି ତିହାର୍ ମନଉଛ?ଛିଃ ଛିଃ ଧିକ୍ ଯଉ ତମର୍ ଭାଲେନ୍ ଟାଇନ୍ ତିହାର୍।ଇଟା ତମର୍ ଦୁଇଲୁକିଆ ତିହାର୍ ଏ ବଲ?ଲୁକାଛପା ତିହାର୍।ହାଃହାଃହାଃହାଃ
ପିଲା:ଏ ବବା।ତୁଇଁ ଇନ ଆମକୁ ବୋର୍ ନାଇଁ କର୍ ତ ଭାୟା,ଭାଲେନ୍ ଟାଇନ୍ ଡେ ର ମଜାକ୍ ନାଇଁ ଉଡା।ତୁଇଁ ଇନୁ ଯା ତ ବବା।
ଟୁକେଲ: ଲଭର୍ସ ଡେ ଭାଲେନ୍ ଟାଇନ୍ ଡେ କଥା ଜାନିନାଇଁ ଶୁନିନାଇଁ ଆଉ ବକର୍ ବକର୍ କାଏଁ ହଉଛ ବବା?ଲଭ୍ କରିଥିଲେଁ ସିନା ଜାନିଥିତ ବବା।
ବୟସ୍କ ଲୋକ:ଓହୋ,ଲଭ୍ କରୁଛୁ ରେ ନନୀ ତୁଇଁ?
କେତେ ବରଷ୍ ହଉଛେ ତମକୁ ମାନକୁ?ଆଉ ଲଭ୍ ବୈଲେଁ କାଣା ଆଏ ଜାନିଛ ବୁଝିଛ ତ??
ପିଲା:ବବା।ଲଭ୍ ବୈଲେଁ ପ୍ୟାର୍ ହୋ।ଭଲ୍ ପାଏବାର୍ ଟା କେ ଲଭ୍ କହେସନ୍।
ଟୁକେଲ:ମଡର୍ନ ଜମାନା ର ଲୋକ୍ ହେଇଥିଲେଁ ଜାନତ ବବା,ଲଭ୍ ପ୍ୟାର୍ ଭଲ ପାଏବାର୍ ଟା କାଣା ଆଏ ଯେ
ଆମେ ଦୁହେଁ ଦୁହିଁକୁ ଲଭ୍ କର୍ସୁଁ।
ପିଲା:ଆଉ ଲଭର୍ସ ଡେ ମନଉଛୁଁ ବବା।
ବୟସ୍କଲୋକ:ମୁଇଁ ବୁଢା ହେଇଗଲିଁ ନ ଇ ଭାଲେନ୍ଟାଇନ୍ ଡେ ଲଭର୍ସ ତିହାର୍ ବାବଦେଁ କେଭେଁ ନାଇଁ ଶୁନି କି ନାଇଁ ଜାନି ଯେ ଆମର୍ ଦେଶ୍ ନ ଭି ଏନ୍ତା ତିହାର୍ ଟେ ମନାସନ୍ ବଲି।
ଟୁକେଲ:ଇଟା ଆମର୍ ଦେଶ ର ତିହାର୍ ନୁହେସେ ବବା।
ପିଲା:ଇଟା ବିଦେଶ ନୁ ଆସିଛେ ବବା।ବିଦେଶୀ ତିହାର୍ ଆଏ ଭାଲେନ୍ ଟାଇନ୍ ଡେ।ବୁଝଲ?
ବୟସ୍କ ଲୋକ:ଓହୋ।ବିଦେଶୀ ତିହାର୍ ଆଏ??
ଧିକ୍ ଯଉ ରେ ମଡର୍ନ ଜମାନାର୍ ମଡର୍ନ ପିଲା ଟୁକେଲ୍ ମାନେ,ଧିକ୍ ଯଉ ତମକୁ ମାନକୁ ଆଉ ତମର୍ ଇ ଭାଲେନ୍ଟାଇନ୍ ଡେ କେ।ଛିଃଛିଃ ଥୁଥୁ।
ଟୁକେଲ:ଇ ବୁଢା ପାଗଲ ପୁଗୁଲା ଗୁଟେ କାଏଁ ହୋ ଦେଖ ତ କେନ୍ତା କେନ୍ତା କଥା କହୁଛେ ଯେ।
ବୟସ୍କଲୋକ:ପାଗଲ ମୁଇଁ ନୁହେସେ ରେ ଶିକ୍ଷିତ୍ ମୁରୁଖ ମାନେ।ତମେ ଜାନିଛ ଲଭ୍ ମାନେ ପ୍ରେମ୍ ବୈଲେଁ କାଣା ଆଏଯେ?
ପିଲା:ମଉଜ ମସ୍ତି,ଦେଖାଚାହାଁ ଚାଟିଂ ରୋମାନ୍ସ ଇତ୍ୟାଦି କେ ତ ପ୍ରେମ୍ କହେସନ୍ ହୋ ବବା।
ବୟସ୍କଲୋକ:ପ୍ରେମ୍ ବୈଲେଁ ତମେ ଇଟା ବୁଝିଛ?
ଇଟା ତମର୍ ଶିକ୍ଷିତ୍ ମାନସିକତା ଆଏ?ଛିଃ
ଟୁକେଲ୍:ବୈଲେଁ ଲଭ୍ ର ମାନେ ଆଉ କାଣା ଆଏସେ?
ବୟସ୍କଲୋକ:ଭାଲେନ୍ଟାଇନ୍ ଡେ ବୈଲେଁ କାଣା ଆଏ ତମେ ପହେଲା ବୁଝ ରେ ଅଏଲେଗ୍ ମାନେ।ଭାଲେନ୍ ଟାଇନ୍ କିଏ ଆଏ ଜାନିଛ।
ପିଲା ଆଉ ଟୁକେଲ:ନାଇଁ ଜାନି ବବା।ଭାଲେନ୍ଟାଇନ୍ ବଲି କିଏ ଗୁଟେ ଭି ଥିଲା କାଏଁ?ହଁ ହେଇଥିବା।ଲଭ୍ ଗୁରୁ ହେଇଥିବା।
ବୟସ୍କଲୋକ:ହଁ,ତମର୍ ଚିନ୍ତାଧାରା ହିସାବେଁ ଭାଲେନ୍ ଟାଇନ୍ ଲଭ୍ ଗୁରୁ ଆଏ।ଲଭ୍ କାଣା ଆଏ ଯେ ସେ ବତେଇଛେ।ପ୍ରକୃତ ଲଭ୍ କାଣା କେ କହେସନ୍ ଯେ ସେ ବୁଝେଇଛେ ହେଲେଁ ଦୁଃଖର କଥା ତମେମାନେ ମଡର୍ନ ଦେଖେଇ ହଉଛ ଆଉ ପ୍ରକୃତ ସତ୍ କେ ବୁଝି ନାଇଁ ପାର୍ବାର।ବୁଝଲ?
ଟୁକେଲ:ଜମାନା ବଦଲିଗଲାନ ବବା।ଆଧୁନିକ ଯୁଗ ହେଲା ପରେ।
ପିଲା:ଆଧୁନିକ ସଭ୍ୟତା ଆସଲାନ।ତମର୍ ପୁରୁଣା ଜମାନା ପଲେଇଗଲାନ।ତାର୍ ସାଂଗେ ତମର୍ ପୁରୁଣା କାଲିଆ ଚିନ୍ତାଧାରା ଭି ବଦଲି ଗଲାନ।
ବୟସ୍କଲୋକ:ଆଚ୍ଛା?ଯୁଗ ବଦଲିଛେ,ଚିନ୍ତାଧାରା ଭି ବଦଲିଛେ?କାଣା ବଦଲିଛେ?ତମେମାନେ ବାପା କେ ମାମୁଁ କହୁଛ ଭେଲ୍?କି ତମର୍ ମାଁ କେ ନନା କହୁଛ ରେ??
ପିଲା:ହେଟା କେନ୍ତା କରି କହେମୁଁ?
ବୟସ୍କଲୋକ:ମୁହେଁ ହଗୁଛ ଆଉ କାନେଁ ଖଉଛ ଭେଲ୍?
ଟୁକେଲ:ହେନ୍ତା ଫାଲତୁ କଥା କାଏଁ କହୁଛ ବବା?
ବୟସ୍କଲୋକ:ଇବୁଆ,ଜମାନା ପରେ ବଦଲିଛେ?ଆଧୁନିକ ଯୁଗ ଆସିଛେ?ବୈଲେଁ କାଣା ପରିବର୍ତନ ହେଲା ସେ??
ପିଲା:ପିନ୍ଧନ ଉଢନ ଶିକ୍ଷା ସଭ୍ୟତା ବଦଲିଛେ।
ଟୁକେଲ:ଆଉ ଭି ବହୁତ କିଛି ବଦଲିଛେ,ଟେକନୋଲୋଜୀ ହାଇଟେକ୍ ହେଇଛେ।
ବୟସ୍କଲୋକ:ତମର୍ ମାନକର୍ ଲେଖେଁ ଅଏଲେଗ୍ ମାନକର୍ ଚିନ୍ତାଧାରା ବଦଲିଛେ ଯାହା।ବିଦେଶୀ ସଭ୍ୟତା ର ପଛେଁ ପଡିକରି ବିଦେଶୀ ସଂସୃତିକେ ଅନୁକରଣ କରୁଛ।
ପ୍ରକୃତ ପ୍ରେମ୍ ଟା କାଣା ଆଏ ଯେ ସେଟା ଆମର୍ ଦେଶନ ଅଛେ।ପ୍ରେମ୍ ର ପରିଭାଷା କାଣା ଆଏ ପ୍ରେମର ସଂଗ୍ୟାଁ କାଣା ଆଏ ସେଟା ଖାଲି ଆମର୍ ଭାରତୀୟ ମାନେ ହିଁ ବୁଝିପାର୍ସନ।ବିଦେଶୀ ମାନେ କେଭେଁ ବୁଝି ନାଇଁ ପାରନ୍।
ପିଲା:ବିଦେଶୀ ମାନେ କେନ୍ତା ନାଇଁ ବୁଝତେ ବବା।ହେମାନେ କେତେ ଏଡ୍ ଭାନ୍ସ ଆନ୍ ତମେ ନାଇଁ ଜାନି।
ବୟସ୍କଲୋକ: ପ୍ରକୃତ ପ୍ରେମ୍ କାଣା ଆଏ ହେଇ ବିଦେଶୀ ମାନେ ନାଇଁ ବୁଝିଁ ରେ ପିଲା।
ପ୍ରେମ୍ ତ ଶାଶ୍ବତ ଆଏ।ଈଶ୍ବରୀୟ ଆଏ।ଭଗବାନଂକର ଗୁଟେ ମହାନ୍ ଦାନ ଆଏ ପ୍ରେମ।
ପ୍ରକୃତ ଭଲପାଏବାର ଠାନେ କେନସି ସ୍ବାର୍ଥ ନାଇଁ ଥାଏ କି କେନସି ଭି ଲାଳସା ନାଇଁ ଥାଏ।କିଛି ପାଏବାର୍ ଆଶା ନାଇଁ ଥାଏ।ପ୍ରେମ ଅମର ଆଏ।
ଟୁକେଲ:ଆମେ କାଣା ଭଲ ନାଇଁ ପାଏବାର୍ ଭେଲ୍?କାଣା ଖରାପ ପ୍ରେମ୍ କରୁଛୁଁ ଭେଲ୍?
ବୟସ୍କ ଲୋକ:ହଁ ଭୁଲ୍ ପ୍ରେମ୍ କରୁଛ।ବିଦେଶୀ ସଭ୍ୟତାର ଅନୁକରଣ କରିକରି ଏନ୍ତା ବାଟେଁ ଘାଟେଁ ଲାଏଜ୍ ସରମ କେ ପକେଇ ଦେଇକରି ପ୍ରେମ୍ କରୁଛ।
ପ୍ରେମ୍ ବୈଲେଁ ମଉଜ୍ ମସ୍ତି ରୋମାନ୍ସ ଆଉ ଶାରାରୀକ ସମ୍ବନ୍ଧ ବନାବାର୍ଟାକେ ପ୍ରେମ କହୁଛ।ପ୍ରେମ୍ ବୈଲେଁ ଉପଭୋଗ କେ ବୁଝୁଛ।ପ୍ରକୃତ ପ୍ରେମ୍ ର ପରିଭାଷା କେ ତମେ ମାନେ ବୁଡେଇ ଦେଇସାର୍ଲନ ଆଧୁନିକତାର ନାଁ ରେ।ତମେ ବୁଝି ନାଇଁ ପାର୍ବାର।
ପିଲା:ଆମେ ଇନକେ ଆଏଲୁଁ ଭେଟଘାଟ ପଡିକରି ଟିକେ ମନ୍ଖୁସ୍ କର୍ବାକେ ଯେ ତମର୍ କାଣା ଅସୁବିଧା ହେଲା ବବା?
ଟୁକେଲ:ଆମେ ଆମର୍ ଦେଶ ର ସ୍ବାଧୀନ ନାଗରୀକ୍ ଆଉଁ।ସାବାଳକ ଭି ଆଉଁ।ଆମର୍ ସ୍ବାଧୀନ ଭାବେଁ ଜାଇଁବାର ଅଧିକାର ଅଛେ।ତମେ ଫାଲତୁ ଏଡଭାଇସ୍ ଦୃଇକରି ବୋର୍ ନାଇଁ କର ବବା।ତମେ ଆମକୁ ଆମର୍ ବାଟେଁ ଛାଡିଦିଅ।
ବୟସ୍କଲୋକ:କାଣା କହେଲୁ ରେ ନନୀ।ଆମର୍ ଦେଶ ର ସ୍ବାଧୀନ ନାଗରିକ ବଲି ଦେଖେଇ ହଉଛୁ??ଲାଏଜ୍ ନାଇଁ ଲାଗବାର୍ ତତେ?
ତୋର୍ ମାଁବୁଆ ତତେ ଏନ୍ତା ସଂସ୍କାର ଦେଇଛନ୍।ତୁଇଁ ଇଟା ଶିକ୍ଷିତ୍ ଅଉ?
ପିଲା:ଠିକ୍ ତ କହୁଛନ ମୋର୍ ଡାର୍ଲିଂ।ତମେ ବୁଝବାର୍ ନାଇଁ ବବା।
ବୟସ୍କଲୋକ:ଗୁଟେ କଥା କହ ତ ମତେ।ଯେ ତମେ ମାନେ ଯଦି ସାବାଳକ ଅ ନାଗରିକ୍ ଅ ତମର୍ ସ୍ବାଧୀନତା ଅଛେଁ ବୈଲେଁ ଇ ପାର୍କ କେ ଲୁକିକରି ଭେଟ୍ କାଏଁଯେ ପଡି ଆସାଛ?
ତମର୍ ନାଜର୍ ଘରେଁ କାଏଁଯେ ଭେଟ୍ ପଡାକରି ମାଁବୁଆ ପରିବାର ସାମ୍ନେ ରୋମାନ୍ସ ଲଭ୍ ନାଇଁ କରି ପାରୁଛ??କହ?ସ୍ବାଧୀନ ନାଗରିକ ଅ ପରେ???
ଲୁକାଛପା ଲଭ୍ କାଏଁଯେ କରୁଛ?
ପିଲା ଆଉ ଟୁକେଲ୍:ମୁଡ୍ ଗାଡି ଦଉଛନ୍ ନୀରବ ରେ।
ନାଁ ତମକେ ଜଣାଅଛେ ଲଭ୍ ର ଅର୍ଥ ନା ବୁଝିଛ ଲଭ୍ କାଣା ଆଏ ଯେ।ଧିକ୍ ଯଉ ତମର୍ ଲଭ୍ କର୍ବାରଟାକେ
ତମେ ପରେ ଆମର ଦେଶର ନାଗରିକ ଅ ବଲି ଦେଖେଇ ହଉଛ ଯେ,ଆମର ଦେଶ ପ୍ରତି ଦେଶବାସୀ ପ୍ରତି କାଏଁ କର୍ତବ୍ୟ ଟେ କରିଛ??ଆଗାମୀ ପିଢୀ ଲାଗିଁ କାଏଁ ଅବଦାନ ଅଛେ ତମର୍ ମାନକର୍?
ପିଲା ଟୁକେଲ ଭକୁଆ ଲେଖେଁ ଦେଖୁଛନ୍ ବୟସ୍କ ଲୋକ୍ କାନ୍ଦି ପକାଲେ।
ବୟସ୍କଲୋକ:ଗଲା ବରଷ୍ ଠିକ୍ ଏନ୍ତା ଦିନେ ଆମର୍ ଦେଶ ର କେଡେ କ୍ଷତି ଟେ ହେଇଥିଲା ଯେ ସୋର୍ ନେଇଁ କର୍ବାର?ନାଗରିକ ଦେଖେଇ ହଉଛ ମୋର୍ ଠାନେ?କହ ତ କାଣା ହେଇଥିଲା ଯେ?
ପିଲା:ନାଇଁ ଜାନି ବବା।
ଟୁକେଲ୍:ଗଲାବରଷ ଭି ଭାଲେନ୍ ଟାଇନ୍ ଡେ ଥିଲା ଆଉ ଇ ବରଷ୍ ଭି ତ ଭାଲେନ୍ ଟାଇନ୍ ଡେ ଆଏ।
ବୟସ୍କ ଲୋକ:ସାରା ଦେଶ କାନ୍ଦୁଥିଲା।ଦେଶବାସୀ କାନ୍ଦୁଥିଲେ ଭୁଲିଗଲ??ପୁଲଓ୍ବାମା ଆତଃକବାଦୀ ହମଲା କେ ଭୁଲିଗଲ???
୧୪୪ ଟା ବୀର ସୈନିକ୍ ବୀର୍ ଜବାନ୍ ଶହୀଦ୍ ହେଇଗଲେ।ସୋର୍ ଅଛେ କିନି??
ପିଲା:ହଁ ବବା।ସୋର୍ ଅଛେ।
ବୟସ୍କଲୋକ:ତମର୍ ଭାଲେନ୍ଟାଇନ୍ ଡେ କେ ବ୍ଲାକ୍ ଡେ ବଲି ଲୋକ କହେଲେ ଆଉ ଶହୀଦ୍ ଦିବସ ବଲି ଭି କହେଲେ।ଭୁଲିଗଲ??
ଟୁକେଲ:ହଁ ତ କହିଥିଲେ ହେନ୍ତା।
ବୟସ୍କଲୋକ:ତଥାପି ତମେ ମୁରୁଖ୍ ମାନେ ସେଇ ଶହୀଦ୍ ଦିବସ କେ ଭୁଲିକରି ଭାଲେନ୍ଟାଇନ୍ ମନଉଛ?ଲାଏଜ୍ ନାଇଁ ଲାଗବାର୍ ତମକୁ ମାନକୁ?
ତମେ ପରେ ନାଗରିକ ଅ।ଇଟା ଗୁଟେ ଶିକ୍ଷିତ ନାଗରିକର କର୍ତବ୍ୟ ଆଏ କାଏଁ??
ପିଲା:ଠିକ୍ କହୁଛ ବବା।
ଟୁକେଲ:ହଁ ବବା।ଠିକ୍ କଥା କହିଛ।
ବୟସ୍କଲୋକ:ଇ ଫେବୃୟାରୀ ୧୪ ରେ ଭଗତ୍ ସିଂ ଭି ଶହୀଦ୍ ହେଇଥିଲେ ଆଉ ପୁଲଓ୍ବାମା ରେ ୧୪୪ ଜବାନ୍ ଶହୀଦ୍ ହେଇଗଲେ(କାନ୍ଦି ପକଉଛନ୍)
ହେଲେଁ ଆଏ୍ ତମେ ମାନେ ଗୁଡାଦୁ ଶିକ୍ଷିତ୍ ଯୁବ ସମାଜ ବିଦେଶୀ ସଭ୍ୟତା ଭାଲେନ୍ଟାଇନ୍ ଡେ କେ ଲଭର୍ସ ତିହାର୍ ବଲି ମନଉଛ???ଧିକ୍ ଯଉ ତମର୍ ମାନକର୍ ଘୃଣ୍ୟ ମାନସିକତା କେ ଆଉ ଚିନ୍ତାଧାରାକେ।ଛିଃ।
ଆରେ ବାବୁ ଯେନମାନେ ପ୍ରକୃତ ପ୍ରେମ୍ କରୁଛନ୍ ପ୍ରେମ୍ କେ ଅନୁଭବ କରିଛନ୍ ସେଭାନକର୍ ଲାଗିଁ କେନସି ତାରିଖ ନାଇଁ ଥାଏ ପ୍ରେମ୍ କର୍ବାକେ।ତାକର୍ ଲାଗିଁ ସବୁଦିନ୍ ରୋଜ ଡେ ପ୍ରମିଶ ଡେ ଆଉ ସବୁଦିନ୍ ଭାଲେନ୍ ଟାଇନ୍ ଡେ ଆଏ।
ପ୍ରେମ୍ ଲାଗିଁ କେନସି ତିଥୀ କି ଦିନବାର୍ ତାରିଖ୍ ନାଇଁ ଥାଏ।ବୁଝାପାର୍ଲ କି ନାଇଁ??
ପିଲା ଆଉ ଟୁକେଲ କାନ୍ଦି ପକେଇଛନ୍।
ବୟସ୍କଲୋକ:ପ୍ରେମ୍ କର୍ବାକେ ମନା ନାଇଁନ କାହାକେ,ହେଲେଁ ପ୍ରକୃତ ପ୍ରେମ କେ ବୁଝିପାରିକରି କର।ଆଉ ଏନ୍ତା ବିଦେଶୀ ସଭ୍ୟତା କେ ଛାଡ ଯଦି ପ୍ରକୃତରେ ଆମର୍ ଦେଶ ର ସୁ ନାଗରିକ ଅ ବୈଲେଁ ଭାଲେନ୍ ଟାଇନ୍ ଡେ କେ ଛାଡ ଆଉ ଶହୀଦ୍ ଦିବସ ପାଲନ କର।
ସେ ଶହୀଦ୍ ବୀର ମାନକୁ ଶ୍ରଦ୍ଧାଂଜଳୀ ଟିକେ ତ ଦେବାର୍ କେ ଚେଷ୍ଟା କର ବୋ ଶିକ୍ଷିତ୍ ଅଏଲେଗ ମାନେ।
ପିଲା ଆଉ ଟୁକେଲ:ଆମର୍ ବହୁତ୍ ବଡ୍ ଭୁଲ୍ ହେଇ ଯାଇଛେ ଆଗ୍ୟାଁ।ଆପଣ ଆମର୍ ଗୁରୁଜନ ଆନ୍।ବାପ୍ ଅଜା ସମାନ୍ ଆନ୍।ଆମେ ଆପଣକୁଁ ଖରାପଣ ବ୍ୟବହାର୍ ଦେଇଛୁଁ।କ୍ଷମା କରୁନ୍ ଆଗ୍ୟାଁ।
ଟୁକେଲ:ପହେଲା ଆମର୍ ଦେଶ ଆଏ ଆଗ୍ୟାଁ।ପଛେଁ ଯେକ ପରିବାର୍ ଆଉ ବ୍ୟକ୍ତିଗତ କଥା।ଦେଶ ନୁ ବଡ ଆଉ କିଛି ନୁହେସେ।
ପିଲା:ଆପଣ ଆମର୍ ଆଏଁଖ୍ ଖୁଲିଦେଲେ ଆଗ୍ୟାଁ।ଇହାଦେ ଆମର୍ ଭୁଲ୍ ଆମେ ବୁଝି ପାରୁଛୁଁ।
ବୟସ୍କଲୋକ:ତମେ ବୁଝି ପାରିଛ ବଲି ଉସତ୍ ଲାଗୁଛେ ରେ ପିଲେ।
ପିଲା ଟୁକେଲ୍ :ଆଏଜ୍ ଠାନୁ ଭାଲେନ୍ଟାଇନ୍ ସଂସ୍କୃତି ଆମର୍ ଦେଶ ନୁ ବ୍ୟାନ୍ କର୍ମୁ ଆଉ ଭାଲେନ୍ ଟାଇନ୍ ଡେ ବଦଲା ଶହୀଦ୍ ଦିବସ୍ ମନାମୁଁ ଆଗ୍ୟାଁ।ଯୁବ ସମାଜ କେ ଭି ସଚେତନ୍ କର୍ମୁ ଆଗ୍ୟାଁ।ଆମକେ ଆଶୀର୍ବାଦ କରୁନ୍।
ପିଲା ଟୁକେଲ ବୟସ୍କ ଲୈକ ର ପାଦ ଛିଇ କରି ଜୁହାର କରିଛନ୍।
ପାର୍କ ନ ଥିବାର୍ ସଭେ ଠାନେ କେ ଜମା ହେଇକରି
ଶହୀଦ୍ ବୀର୍ ଜବାନ ମାନକୁଁ ଶ୍ରଦ୍ଧାଂଜଳୀ ଦେଇଛନ୍।
&&&&&&&&&&& ସମାପ୍ତ&&&&&&&&