Golden Days at IIT Kanpur

Golden Days at IIT Kanpur ଓଡ଼ିଶା ବାହାରେ ଓଡ଼ିଆ ମହକ

ଆଜକୁ ପ୍ରାୟ ସାତ ବର୍ଷ ତଳର କଥା I ତତ୍କାଳୀନ ସମୟରେ ମୁଁ ଆଉ ମୋ ସହପାଠିନୀ ଅସ୍ମିତା ମହାନ୍ତି, ଗବେଷଣାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରୟାସ କ...
06/09/2024

ଆଜକୁ ପ୍ରାୟ ସାତ ବର୍ଷ ତଳର କଥା I ତତ୍କାଳୀନ ସମୟରେ ମୁଁ ଆଉ ମୋ ସହପାଠିନୀ ଅସ୍ମିତା ମହାନ୍ତି, ଗବେଷଣାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରୟାସ କରୁଥାଉ I ଉତ୍କଳ ପରିଷଦ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (IIT Kanpur) ରେ ଏହା ଥିଲା ଆମର ଅନ୍ତିମ ଗଣେଶ ପୂଜା I ଆଜିବି ଅତୀତର ପୃଷ୍ଠା ଉନ୍ମୋଚନ କଲେ ପାଟି ମିଠା ହେଇଯାଏ, ସେହି ସେଓ ବୁନ୍ଦିଆ ଭୋଗର ମାଧୁର୍ଯ୍ୟରେ I

ଆଜକୁ ପ୍ରାୟ ସାତବର୍ଷ ତଳର କଥା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (I.I.T. Kanpur) ରେ ଗବେଷଣାରତ ଥିବା ସମୟରେ ରଚନା ହୁଏ ନାଟକ " ମ...
27/03/2023

ଆଜକୁ ପ୍ରାୟ ସାତବର୍ଷ ତଳର କଥା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (I.I.T. Kanpur) ରେ ଗବେଷଣାରତ ଥିବା ସମୟରେ ରଚନା ହୁଏ ନାଟକ " ମଲ୍ଲୀ ମାଳ ଶ୍ୟାମକୁ ଦେବି " I ବୈଷୟିକ ବିଜ୍ଞାନର ଅନୁଷ୍ଠାନରେ କଳାର ମଧୁମୟ ସ୍ପର୍ଶ ଦେବାପାଇଁ ଉପଯୁକ୍ତ ଆସ୍ଥାନ ଟିଏ ଯୋଗାଇଥାଏ " ଉତ୍କଳ ପରିଷଦ " I ଆଉ ସମସ୍ତ ଚରିତ୍ର ହୋଇ ଉଠେ ଜୀବନ୍ତ I ଆଜି ବି ନାଟକର ନାୟିକା ଶୁଚିସ୍ମିତା 'ମଲ୍ଲୀ' ନାମରେ ତଥା ତତ୍କାଳୀନ ନବାଗତ ହାସ୍ୟାଭିନେତା ଶିବ ପ୍ରସାଦ 'ଗେଣ୍ଡୁ' ନାମରେ ଚର୍ଚ୍ଚିତ !

30/10/2022

ଆଜକୁ ପ୍ରାୟ ଛ ବର୍ଷ ତଳର କଥା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (IIT Kanpur) ର ଓଡ଼ିଆ ସଂଗଠନ ଆନୁକୂଲ୍ୟରେ ପ୍ରଧ୍ୟାପକ ସିଦ୍ଧାର୍ଥ ପଣ୍ଡାଙ୍କ ପୃଷ୍ଠପୋଷକତାରେ ଆମେ ଦାସକାଠିଆ ଓ ପାଲାର ଏକ ଭବ୍ୟ ସମନ୍ୱୟ କରୁଥିଲୁ I ପାଲାର ବିଷୟ ବସ୍ତୁ ଥିଲା "ବିଷୟା ବିଳାସ" I ମହାକାବ୍ୟ ମହାଭାରତର, ଅଶ୍ଵମେଧ ପର୍ବର, ବିଷୟା ଓ ଚନ୍ଦ୍ରହାସଙ୍କ ପ୍ରଣୟ ଅଭିସାରର କାହାଣୀ I ସେତେବେଳେ ଶ୍ରୀପାଳିଆ ସାଜି ଶିବ ଅତି ସୁନ୍ଦର ଭାବରେ ପରିବେଷଣ କରୁଥିଲା I ପାଲା ସମାପନ ହେଲା ପରେ ବ୍ୟଙ୍ଗ ଛଳରେ ଶିବ କହିଥିଲା, ଆମେ ଓଡିଶା ବାହାରେ ଅଛୁ ବୋଲି ପାଲା କରିବା ସମ୍ଭବ ହେଲା I ସତେବେଳେ ମୋ ମନରେ ଗୋଟେ ଅହେତୁକ ଅଭିପ୍ସା ଅଙ୍କୁରିତ ହେଲା I ଯଦି ଆମେ ଦୁଇଜଣ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗରେ ନିଯୁକ୍ତି ପାଇବୁ ତେବେ ପାଲା କରିବାର ସୁଯୋଗ ମିଳିପାରେ କାରଣ ଅବକାଶ ସମୟର ପ୍ରାଚୁର୍ଯ୍ୟ ହୁଏତ ପାଲା କରିବାରେ ଆଣିପାରେ ମାଧୁର୍ଯ୍ୟ I

09/07/2022

ଆଜକୁ ପ୍ରାୟ ପାଞ୍ଚ ବର୍ଷ ତଳର କଥା I ତତ୍କାଳୀନ ସମୟରେ ମୁଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁରରେ ଗବେଷଣାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରୟାସ କରୁଥାଏ I ଉତ୍ତପ୍ତ ଧରଣୀର ଧୂସର ଓଢ଼ଣୀକୁ ସବୁଜିମାରେ ସଜେଇବା ପାଇଁ ଆସାର ଆଚ୍ଛାଦିତ ଆଷାଢ଼ର ହୁଏ ଆଗମନ I ଆରମ୍ଭ ହୁଏ କାନପୁରର ବୈକୁଣ୍ଠପୁରରେ ଘୋଷଯାତ୍ରାର ସ୍ୱର୍ଣ୍ଣିମ ପର୍ବ I ଗବେଷଣା ଜର୍ଜରିତ ମାନସପଟରେ ଆଙ୍କିହୁଏ ପୁଲକର ଝଲକ I ଗବେଷକ ବନ୍ଧୁ ତଥା ବାନ୍ଧବୀ ମାନଙ୍କ ସହ କାନପୁର ରଥଯାତ୍ରାର ସନ୍ଦର୍ଶନ କରିବାର ଅଭିପ୍ସା ଗବେଷଣାର ଚାପକୁ କରୁଥାଏ ହ୍ରାସ I ପହଣ୍ଡି ଠାରୁ ଆରମ୍ଭ କରି ରଥାରୋହଣ ତଥା ଢୋଲ ବାଦନ ପୂର୍ବକ ହରି କୀର୍ତ୍ତନ ସହ ରଥଟଣାର ଚିତ୍ତାକର୍ଷକ ମୁହୂର୍ତ୍ତ ହୃଦୟକୁ ହରଷରେ କରୁଥାଏ ଆନ୍ଦୋଳିତ I ଅତୀତର ସେଇ ସୁନ୍ଦର ମୁହୁର୍ତ୍ତର ସ୍ମୃତିଚାରଣ କଲା ସମୟରେ ଆଜିବି ହୃଦୟରୁ ସ୍ୱତଃସ୍ଫୁର୍ତ୍ତ ଭାବେ ସ୍ରବିଯାଏ ସୁରେଶ ପଣ୍ଡାଙ୍କ ବିରଚିତ, ତତ୍ତ୍ୱପ୍ରକାଶ ଶତପଥୀଙ୍କ ସଙ୍ଗୀତରେ ସୁସଜ୍ଜିତ ତଥା ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ସୁଶୋଭିତ ଭଜନ "ଧିକ ଜୀବନ ତ ସେଇ, ଯିଏ ପ୍ରଭୁ ନାମ ଧରେନାହିଁ "

ଆଜକୁ ପ୍ରାୟ ସାତବର୍ଷ ତଳର ଘଟଣା I ରୋୖଦ୍ରଦଗ୍ଧ ନିଦାଘର ତାପ ସହ ଗବେଷଣାର ଚାପ ହୃଦୟକୁ ଶୁଷ୍କ କରିଦେଇଥାଏ I ସେ ସମୟରେ ଓଡ଼ିଆ ସଂଗଠନ,ଭାରତୀୟ ...
12/06/2022

ଆଜକୁ ପ୍ରାୟ ସାତବର୍ଷ ତଳର ଘଟଣା I ରୋୖଦ୍ରଦଗ୍ଧ ନିଦାଘର ତାପ ସହ ଗବେଷଣାର ଚାପ ହୃଦୟକୁ ଶୁଷ୍କ କରିଦେଇଥାଏ I ସେ ସମୟରେ ଓଡ଼ିଆ ସଂଗଠନ,ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (IIT Kanpur) ପରିସରରେ ରଜପର୍ବ ପାଳନ ହେଉନଥିଲା I ଗବେଷଣାଜର୍ଜରିତ ସମୟକୁ ଟିକେ ରସରଞ୍ଜିତ କରିବାପାଇଁ ମନରେ ଉଦ୍ରେକ ହେଲା ନୂଆ ଯୋଜନା I "ରଜ ମହାସମାରୋହ" ଆୟୋଜନ କରାଗଲା I ପ୍ରଥମେ, କାଠ ଆଣି କଟାକଟି, ପିଟାପିଟି, ସଜାସଜି କରି ପ୍ରସ୍ତୁତ କରାଗଲା ରଜଦୋଳି ପଟା I ତାପରେ ମିଲିଘର ବାଡ଼ିପଟ ଆମ୍ବଗଛ ଆରୋହଣ ପୂର୍ବକ ବନ୍ଧାହେଲା ରଜଦୋଳି I ଓଡ଼ିଆ ସଂଗଠନର ସକ୍ରିୟ ସଦସ୍ୟ ମାନେ ସହଯୋଗର ହାତ ବଢ଼େଇ ରଜଦୋଳିକୁ ପୁଷ୍ପ ବିମଣ୍ଡିତ କରି ପକାଇଲେ I ମାଉସୀ ମାନେ ପୋଡ଼ପିଠା, ଚକୁଳି ପିଠା, ରଜ ରାଇତା, କ୍ଷୀରି ଇତ୍ୟାଦି ଅନେକ ସୁସ୍ୱାଦୁ ପାରମ୍ପରିକ ଓଡ଼ିଆ ଭୋଜନ ପ୍ରସ୍ତୁତ କରି ପକାଇଲେ I ରଜପର୍ବକୁ ଅଧିକ ହୃଦସ୍ପର୍ଶୀ କରିବା ପାଇଁ ଲୁଡୁ ତଥା ତାସ ଖେଳର ଆୟୋଜନ କରାଗଲା I ମୋର ସହପାଠିନୀ(ସହଧର୍ମିଣୀ) ରଜର ସାର୍ଥକତା ପାଇଁ ସବୁ ଦୁହିତାଙ୍କୁ ଅଳତା ପିନ୍ଧେଇବାର ଯୋଜନା କଲେ I ସମସ୍ତ ସଦସ୍ୟଙ୍କୁ ରଜ ମହାସମାରୋହ ସ୍ଥାନକୁ ନେବା ଆଣିବା କରିବା ପାଇଁ ଗୋଟେ ଯାନର ବ୍ୟବସ୍ଥା କରାଗଲା I ପିଲାମାନେ ଖୁସିରେ ତାକୁ "ରାଜଯାନ" ନାମକରଣ କଲେ I ସର୍ବୋପରି ରଜପର୍ବର ମୁଖ୍ୟ ଆକର୍ଷଣ "ରଜପାନ" ର ଆୟୋଜନ କରାଗଲା I ଆମ ଓଡ଼ିଆ କନ୍ୟା ମାନେ " ବନସ୍ତେ ଡାକିଲା ଗଜ... " ର ତାଳେ ତାଳେ ରଜଦୋଳି ଝୁଲିଲେ I ସାଂସ୍କୃତିକ ଐଶ୍ଵର୍ଯ୍ୟର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଆମ ଓଡ଼ିଆ ପରମ୍ପରା କଥା ଭାବି ହୃଦୟ ଗର୍ବରେ ଉତ୍ଫୁଲ୍ଲିତ ହୋଇ ଉଠିଲା I କାନପୁରରେ ଆରମ୍ଭ ହେଲା ରଜ ମହାସମାରୋହ I ସାମ୍ପ୍ରତିକ ସମୟରେ ଉଦ୍ୟାନ ଅଥବା ବିଳାସମୟ ପାନ୍ଥଶାଳାରେ ଲୌହ ଶୃଙ୍ଖଳଯୁକ୍ତ ଦୋଳି ଉପଲବ୍ଧ କିନ୍ତୁ ରଜପର୍ବରେ ଗଛରେ ବନ୍ଧା ଦୋଳିର ମାଧୁର୍ଯ୍ୟ ସର୍ବଦା ଅନତିକ୍ରମଣିୟ....

ଆଜକୁ ପ୍ରାୟ ଏକ ଦଶନ୍ଧି ତଳର କଥା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ପରିସରର, ହାଡଭଙ୍ଗା ଶୀତ, ଅପଘନରେ ଘନ ଘନ ଶୀତଳ କମ୍ପନ ସୃଷ୍ଟି କ...
21/05/2022

ଆଜକୁ ପ୍ରାୟ ଏକ ଦଶନ୍ଧି ତଳର କଥା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ପରିସରର, ହାଡଭଙ୍ଗା ଶୀତ, ଅପଘନରେ ଘନ ଘନ ଶୀତଳ କମ୍ପନ ସୃଷ୍ଟି କରୁଥାଏ I ସମସ୍ତ ଗବେଷକ/ଗବେଷିକା ନିଜ ନିଜ ପ୍ରୟୋଗ ଶାଳାରେ ତାପବର୍ଦ୍ଧକ ଯନ୍ତ୍ର ସମୀପରେ ରହିବାକୁ ପସନ୍ଦ କରୁଥିଲେ I ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତର ଶୀତୁଆ ପ୍ରଭାତରେ ହେମାଳ ବାଆକୁ ଚାହାର ଆହା ଲାଗୁଥିଲା ବହୁତ ଚିତ୍ତାକର୍ଷକ I ସେତେବେଳେ ଆମେ ଜନପଦୀୟ ଅଭିଯାନ୍ତ୍ରିକୀ (Civil Engineering) ବିଭାଗରେ ଗବେଷଣା କରୁଥାଉ I ଆମ ବିଭାଗର ପଶ୍ଚାତ୍ ଭାଗରେ ସ୍ଥିତ ପ୍ରାଚୀରର ଅପରପାର୍ଶ୍ୱରେ ଥାଏ ଚାହା ଦୋକାନ I ଆମେ ଏ ପାଖରୁ ପାଟି କରୁ "ଭାଇ ଦୁଇଟା ଚାହା " I ସ୍ୱଳ୍ପ ସମୟ ମଧ୍ୟରେ ସେପଟୁ ଚାହା ଆସେ, ଆଉ ଆମେ ଚାହାର ମାଦକତାରେ ଗବେଷଣାର ଚାପକୁ କିଛି ସମୟ ପାଇଁ ଦୂରେଇ ଦେଉ I ସେମିତି ଏକ ଶୀତ ସକାଳରେ ମୁଁ ସହପାଠିନୀ (ସହଧର୍ମିଣୀ)କୁ ଚାହା ପିଇବାକୁ ଯିବାକୁ ପଚାରିବାରୁ ସେ କହିଲା " " "ବହୁତ କାମ ବାକି ଅଛି " I ଆଉ ମୁଁ କହିଲି "ଏଇ ଗବେଷଣା, ଗବେଷଣା ପତ୍ର, ସନ୍ଦର୍ଭ" ପରେ ମନେ ରହିପାରେ ନ ରହିପାରେ, କିନ୍ତୁ ଏଇ କାର୍ଯ୍ୟବ୍ୟସ୍ତତା ଭିତରେ ଶୀତ ସକାଳର ଗରମ ଚାହା ସବୁଦିନ ପାଇଁ ମନେ ରହିବ I ଆଜି ବି ଆମେ ଚାହା ପିଇବା ସମୟରେ ସେଇ ପୁରୁଣା ପାଚେରୀ କଡର ଚାହା ଦୋକାନକୁ ମନେ ପକାଉ I

15/05/2022

ଆଜକୁ ପ୍ରାୟ ଚାରିବର୍ଷ ତଳର ଘଟଣା I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ପରିସରର ହିମଜର୍ଜରିତ ପରିବେଶରେ "ସହପାଠିନୀ ରୁ ସହଧର୍ମିଣୀ" ଶୀର୍ଷକ ସଙ୍ଗୀତର ସ୍ୱର ସଂଯୋଜନା ଚାଲିଥାଏ I ବାଦ୍ୟ ଯନ୍ତ୍ରରେ ସହାୟତା କରୁଥାନ୍ତି ଆମ ଉତ୍କଳ ପରିଷଦର ଅନନ୍ୟ ଶିଳ୍ପୀ ତଥା ମୋର ସଙ୍ଗୀତ ଛାତ୍ରୀ ଶ୍ଵେତା ଷଡ଼ଙ୍ଗୀ I ଶୀତର ତୀବ୍ରତା ଏତେ ବେଶୀ ଥିଲା ଯେ କଣ୍ଠରୁ ଗୀତ ଆଉ ହାତରୁ ସଙ୍ଗୀତ ବାହାରିବା ପାଇଁ କୁଣ୍ଠାବୋଧ କରୁଥିଲେ I ତତ୍କାଳୀନ ପରିବେଶରେ ମୋର ନଷ୍ଟ ମସ୍ତିଷ୍କରେ ଏକ ଦୁଷ୍ଟବୁଦ୍ଧି ଜୁଟିଲା ଆଉ ଏକ ପୂରାତନ ବହୁଚର୍ଚ୍ଚିତ ସଙ୍ଗୀତ ବୃତ୍ତରେ ଗାଇବା ଆରମ୍ଭ କରିଦେଲି I ଶ୍ଵେତା ମଧ୍ୟ ନିମିଷକରେ ସ୍ୱରକୁ ବାରି ସୁନ୍ଦର ପରିବେଷଣ ଆରମ୍ଭ କରିଦେଲେ I ତାପରେ କିଛି ସମୟ ପାଇଁ ଆନନ୍ଦ ଉଲ୍ଲାସରେ ଆମେ କାନପୁରର ବାଘୁଆଶୀତକୁ ଭୃକ୍ଷେପ ନକରି ପରବର୍ତ୍ତୀ ସଙ୍ଗୀତ ପାଇଁ ପ୍ରସ୍ତୁତ ହେଲୁ I ଆଉ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ସଙ୍ଗୀତ ସାଧାନର ସମସ୍ତ ବିଶେଷ ମୁହୁର୍ତ୍ତକୁ ମୋର ସହପାଠିନୀ (ସହଧର୍ମିଣୀ) ଭ୍ରାମ୍ୟଭାଷରେ (ମୋବାଇଲ) ଉତ୍ତୋଳନ କରିଦେଇଥିଲେ I

ଆଜକୁ ପ୍ରାୟ ଆଠ ବର୍ଷ ତଳର କଥା I ମା-ବାପା କାନପୁର ଆସିଥାନ୍ତି I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁରର କୋଣ-ଅନୁକୋଣ ପରିଦର୍ଶନ ପରେ ଆମେ ...
08/05/2022

ଆଜକୁ ପ୍ରାୟ ଆଠ ବର୍ଷ ତଳର କଥା I ମା-ବାପା କାନପୁର ଆସିଥାନ୍ତି I ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁରର କୋଣ-ଅନୁକୋଣ ପରିଦର୍ଶନ ପରେ ଆମେ ଗଙ୍ଗା ନଦୀ ସମୀପକୁ ଅଗ୍ରସର ହେଲୁ I ମୁଁ ମଝିରେ ବସିଥାଏ ଆଉ ବାର୍ତ୍ତାଳାପ ଚାଲିଥାଏ I ମା-ଝିଅ କଥା ହେଉଥାନ୍ତି ମୁଁ ଶୁଣୁଥାଏ I କିଛି ସମୟ ପରେ ମୁଁ ପ୍ରକୃତିସ୍ଥ ହେଲି ଯେ, ଇଏ ତୋ ମୋ ମା, ମୋ ସାଙ୍ଗରେ ବେଶୀ କଥା ହବା କଥା I କିନ୍ତୁ ମା ମୋର ସହପାଠିନୀ (ସହଧର୍ମିଣୀ) ସହ ବେଶୀ କଥା ହେଉଥିଲେ, ଲାଗୁଥିଲା ସତେ ଯେମିତି ଏକ ବହୁ ପୂରାତନ ପାରିବାରିକ ଚର୍ଚ୍ଚା I ସତରେ ମା ସବୁବେଳେ ନିରପେକ୍ଷ I ବାତ୍ସଲ୍ୟ ମମତା ଯେ ଅତୁଳନୀୟ ଏହା ସର୍ବଜନସ୍ୱୀକାର୍ଯ୍ୟ I

ଓଡ଼ିଶା ବାହାରେ ସବୁ ଓଡ଼ିଆଙ୍କ ସହ ମିଶି ଆନ୍ତରିକତାର ସହ ଓଡ଼ିଆ ନବବର୍ଷ ପାଳନ କରିବାର ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା I ଓଡ଼ିଆ ସଙ୍ଗଠନ, ...
14/04/2022

ଓଡ଼ିଶା ବାହାରେ ସବୁ ଓଡ଼ିଆଙ୍କ ସହ ମିଶି ଆନ୍ତରିକତାର ସହ ଓଡ଼ିଆ ନବବର୍ଷ ପାଳନ କରିବାର ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା I ଓଡ଼ିଆ ସଙ୍ଗଠନ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ଏମିତି ଏକ ମମତାଭରା ପରିବାର, ଯେଉଁଠି ଆବାଳବୃଦ୍ଧବନିତା ଓଡ଼ିଶାର ପ୍ରାୟ ସବୁ ପର୍ବକୁ ପାରମ୍ପରିକ ଢ଼ଙ୍ଗରେ ପାଳନ କରୁଥିଲା I

ଓଡ଼ିଆ ସଂଗଠନ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ଆନୁକୁଲ୍ୟରେ ଅନେକ ଓଡ଼ିଆ ପର୍ବ ମହାସମାରୋହରେ ପାଳିତ ହୁଏ I ତନ୍ମଧ୍ୟରୁ ପଣା ସଂକ୍ରାନ...
07/04/2022

ଓଡ଼ିଆ ସଂଗଠନ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର ଆନୁକୁଲ୍ୟରେ ଅନେକ ଓଡ଼ିଆ ପର୍ବ ମହାସମାରୋହରେ ପାଳିତ ହୁଏ I ତନ୍ମଧ୍ୟରୁ ପଣା ସଂକ୍ରାନ୍ତି ଅନ୍ୟତମ I ରୋୖଦ୍ରଦଗ୍ଧ ନିଦାଘରେ
ଆନ୍ତରିକତାର ଆଚ୍ଛଦରେ ଆଚ୍ଛାଦିତ ହୋଇ ପାଳିତ ହୁଏ ଓଡ଼ିଆ ନବବର୍ଷ I ପାଚିଲା ବେଲକୁ ଫଟାଇ, ପାଣିରେ ଗୋଳାଇ ମଣ୍ଡ ବାହାର କରି, ସେଥିରେ ପୁଣି ନଡ଼ିଆ କୋରିକି ମିଶାଇ, ଗୁଡ଼ ତଥା ଅନ୍ୟାନ୍ୟ ସୁସ୍ୱାଦୁ ଉପାଦାନ ସବୁ ମିଶ୍ରିତ ହୋଇ ତିଆରି ହୁଏ ପଣା I ସବୁ ପ୍ରବାସୀ ଓଡ଼ିଆଙ୍କ ପାରସ୍ପରିକ ସହଯୋଗ ଓ ସମନ୍ୱୟ ହିଁ ଏହି ଉତ୍ସବକୁ ମହୋତ୍ସବ କରିଦିଏ I ଆଜି ବି ମାନସପଟରେ ଉଙ୍କି ମାରେ ସେହି ଅତୀତର ଅପାଶୋରା "ପଣା ସଂକ୍ରାନ୍ତି' I

04/04/2022

ଆମ ପଣା ପରିବାର
ଓଡ଼ିଆ ସଙ୍ଗଠନ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର (IIT Kanpur)

31/03/2022

ଛନ୍ଦରେ ଛନ୍ଦରେ ଗାଇବା ଓଡିଶା ଜନମ ଭୂଇଁ
କୁନି ଛାତ୍ର ସୁକୁ ସହ ଉତ୍କଳ ଦିବସ ପୂର୍ବ ପ୍ରସ୍ତୁତି...

Address

Kallyanpur
Kanpur
208016

Website

Alerts

Be the first to know and let us send you an email when Golden Days at IIT Kanpur posts news and promotions. Your email address will not be used for any other purpose, and you can unsubscribe at any time.

Share