06/11/2023
"ଜୀବନ"
ଜୀବନ ଟା ଏକ ସୁନେଲି ସକାଳ
ସନ୍ଧ୍ୟା କୁ ଅନ୍ଧାର ହେବ।
ସନ୍ଧ୍ୟା ପରେ ପୁଣି ଦିନକର ଉଇଁ
ଅନ୍ଧକାର ଦୁରେଇବ।
ଜୀବନ ଟା ଏକ ବର୍ଷା ଭିଜା ସନ୍ଧ୍ୟା
ସ୍ମୃତି କୁ ସାଉଁଟୁଥିବ।
ବର୍ଷା ଋତୁ ପରେ ଶରତ ସନ୍ଧ୍ୟା ରେ
କଇଁ ପରି ହସୁଥିବ।
ଜୀବନ ଟା ଏକ ବନ୍ଦ ବହି ପରି
ଖୋଲିବାକୁ ତୋତେ ହେବ।
ପ୍ରତି ଟି ପୃଷ୍ଠାର ଧାଡ଼ି ଧାଡି ସବୁ
ତୋ ବିନା କିଏ ବୁଝିବ।
ଜୀବନଟା ଏକ ନିଷ୍ପାପ ଶିଶୁ ଯେ
ମା କୋଳେ ଖେଳୁଥିବ।
ଅଳ୍ପେ କେଇଦିନେ ମା କୋଳ ଛାଡି
ଭୁଇଁ ରେ ଚାଲି ଶିଖିବ।
ଜୀବନ ଟା ଏକ କୀଟ ଟିଏ ପରି
ସମୟକୁ ଚାହିଁ ଥିବ।
ସମୟ ଆସିଲେ ପ୍ରଜାପତି ହୋଇ
ଉଡି ଉଡି ବୁଲୁଥିବ।
ଜୀବନ ଟା ଏକ ପତ୍ର ଝଡା ଗଛ
ଥୁଣ୍ଟା ହୋଇ ରହିଥିବ।
ବର୍ଷା ଋତୁରେ ବାରିଧାରା ଦେଖି
ହସି ହସି କଅଁଳିବ।
ଜୀବନଟା ଏକ କଣ୍ଟକିତ ପଥ
ଝୁଣ୍ଟିବାକୁ ତୋତେ ହେବ।
ଝୁଣ୍ଟିବା ପରେ ସେ ଉଠିବାର ମଜା
ତୋ ଛଡା କିଏ ଜାଣିବ।
ଜୀବନ ଟା ଏକ ଫୁଲ ର ବଗିଚା
ମନୋରମ ଦିଶୁଥିବ।
ଫୁଲ ମଉଳିଲେ ବଗିଚାର ଶୋଭା
ଧିରେ ଧିରେ ଉଭେଇବ।
ଜୀବନ ଟା ଏକ ପୁନେଇଁ ର ଜହ୍ନ
ଉଇଁଆସି ଚମକିବ।
ଜହ୍ନ ଲୁଚିଗଲେ ଅମାବାସ୍ୟା ରାତ୍ରେ
ଅନ୍ଧାକାର ହୋଇଯିବ।
ଜୀବନ ଟା ଏକ ଅଙ୍କା ବଙ୍କା ପଥ
ଆଗେ ଆଗେ ଚାଲିଥିବ।
ମାୟା ମାୟାରେ ସମୟ କୁ ଧରି
ଧିରେ ଧିରେ ସରିଯିବ।
ଜୀବନ ଟା ଏକ ଦୀପ ର ସଳିତା
ଧିରେ ଧିରେ ଜଳୁଥିବ।
ତେଲ ସରିଗଲେ ସଳିତା ଟି ପୁଣି
ଜଳି ଜଳି ଲିଭିଯିବ।
✍️