20/09/2026
ଡାକ୍ତର ହୋଇ ଲୋକଙ୍କ ଜୀବନ ବଞ୍ଚାଇବାକୁ ସ୍ୱପ୍ନ ଦେଖିଥିବା ମାତ୍ର ୧୧ ବର୍ଷର ଜଣେ ବାଳକ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଅନ୍ୟକୁ ଦେଇଗଲା ନୂଆ ଜୀବନ।
ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଲିଆଙ୍ଗ୍ ନିଜର ଶେଷ ସମୟ ଜାଣିପାରି ଅଙ୍ଗଦାନ କରି ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ତା'ର ମୃତ୍ୟୁ ପରେ ଅଙ୍ଗ ପ୍ରତ୍ୟାରୋପଣ କରାଯାଇ ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇଥିଲା। ଏହି କୁନି ପିଲାର ଅସାଧାରଣ ତ୍ୟାଗ ଆଗରେ ହସ୍ପିଟାଲର ସମସ୍ତ ଡାକ୍ତର ନତମସ୍ତକ ହୋଇ ପ୍ରଣାମ ଜଣାଇବାର ଦୃଶ୍ୟ ସାରା ବିଶ୍ୱର ଲୋକଙ୍କ ଆଖିରେ ଲୁହ ଭରିଦେଇଛି।
ମାତ୍ର ୧୧ ବର୍ଷ ବୟସରେ ଏଭଳି ଅମର ତ୍ୟାଗ କରିଥିବା ଏହି କୁନି ଦେବଦୂତଙ୍କ ପାଇଁ ଆପଣଙ୍କ ମତ କ'ଣ?