10/05/2026
ଓଲିଉଡ୍ ଅଭିନେତ୍ରୀ Bhoomika Dash ତାଙ୍କ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଜଣାଇଛନ୍ତି ଯେ ସେ “Odisha Gaurav Sanman 2020–26” ସମ୍ମାନରେ ସମ୍ମାନିତ ହୋଇଛନ୍ତି। Human Rights Protection Council ପକ୍ଷରୁ, Government of India ଅନୁମୋଦିତ ଏହି ସମ୍ମାନ ସେ କଳା ଓ ସଂସ୍କୃତି କ୍ଷେତ୍ରରେ ପାଇଥିବା କଥା ଉଲ୍ଲେଖ କରିଛନ୍ତି। ନିଜ ପୋଷ୍ଟରେ ଅଭିନେତ୍ରୀ Bhoomika Dash କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଅନେକ ପ୍ରତିଭାଶାଳୀ ଓ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଚୟନିତ ହେବା ତାଙ୍କ ପାଇଁ ଗର୍ବ ଓ ଭାବବିହ୍ୱଳ ମୁହୂର୍ତ୍ତ। ଅଭିନୟ ସହିତ ଜଣେ Dentist ଭାବେ ମଧ୍ୟ ସମାଜ ପାଇଁ ଆହୁରି ଭଲ କାମ କରିବାକୁ ଏହି ସମ୍ମାନ ତାଙ୍କୁ ନୂତନ ପ୍ରେରଣା ଦେଇଥିବା କଥା ସେ କହିଛନ୍ତି।
ସେ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ, ନିଜ ମାତାପିତାଙ୍କ ସମର୍ଥନ ଏବଂ ଦର୍ଶକମାନଙ୍କ ଭଲପାଇବା ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଏହି ପୋଷ୍ଟକୁ ନେଇ ଫ୍ୟାନ୍ସ୍ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ଅଭିନନ୍ଦନର ଶୁଭେଚ୍ଛା ଜଣାଉଛନ୍ତି।