Musikatv

Musikatv art & entertainment ।

ତପଭୂମି ଖଣ୍ଡଗିରି ର କିମ୍ବଦନ୍ତୀ II villagevisiontv
10/01/2026

ତପଭୂମି ଖଣ୍ଡଗିରି ର କିମ୍ବଦନ୍ତୀ II villagevisiontv

published on 10Janu 2026 ତପଭୂମି ଖଣ୍ଡଗିରି IITAPABHUMI KHANDAGIRI IIconcept by II subashnayak IIvoice by ...

🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୦୩ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏Lions Gate opening ritual...
31/08/2025

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୦୩ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.03 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 31/08/2025🙏❤️

...

⚫❗⚫ll *ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ  ପ୍ରସ୍ତାବ*  ll         ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ  ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ଅନ୍ଧ...
26/08/2025

⚫❗⚫
ll *ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ* ll

ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । ବାସେଳୀ ସାହି ଏହି ଅନ୍ଧ ମନ୍ଦିର ହାତୀ ର ପ୍ରସ୍ତାବ କରିଥାନ୍ତି।

ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ଦେଇ ବଡ଼ ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ । ଏହି ସମୟରେ ଏହାଙ୍କ ଶ୍ରୀଛାମୁରେ ବସେଳୀ ସାହି ଲୋକେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ କରିବେ । ଦ୍ୱାପର ଯୁଗରେ ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିଥିଲେ ଏହି ସ୍ମୃତି କୁ ପ୍ରତିପାଦନ କରା ଯାଇଥାଏ । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହେବ ।🙏❤️

🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୬ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏Lions Gate opening ritual...
26/08/2025

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୬ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.36 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 26/08/2025🙏❤️

...

🙏ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୬ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏Lions Gate opening ritual...
25/08/2025

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୬ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.26 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 25/08/2025🙏❤️

...

⚫❗⚫ll *ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ* ll       ଆସନ୍ତାକାଲି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ସେଥିପାଇଁ ଆଜି  ଶ୍ରୀମନ୍ଦିରର...
22/08/2025

⚫❗⚫

ll *ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ* ll

ଆସନ୍ତାକାଲି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ସେଥିପାଇଁ ଆଜି ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ କରାଯାଏ । ମଧ୍ୟାହ୍ନ ଧୂପ ସରିବା ପରେ କୁମ୍ଭକାରମାନେ ନୂତନ ବସ୍ତ୍ର ପରିଧାନ କରି ସାତପୁରି ଘେନାଣ ନିମନ୍ତେ ଶ୍ରୀମନ୍ଦିରରୁ ଘଣ୍ଟ ଛତା କାହାଳୀ ସହିତ ଅଠରନଳା ସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଯାଆନ୍ତି । ସେଠାରେ ପୂର୍ବରୁ କୁମ୍ଭକାର ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚାରିଗୋଟି ତାଡ଼ ମାଙ୍କ ନିକଟରେ ରଖା ଯାଏ । କୁମ୍ଭକାର ନିଯୋଗ ର ଇଷ୍ଟଦେବୀ ମା ଅଲାମଚଣ୍ଡିଙ୍କୁ ଶୀତଳଭୋଗ ମଣୋହୀ କରାଯିବା ପରେ କୁମ୍ଭକାର ସେବକ ମାନେ ମାଙ୍କ ନିକଟରେ ଥିବା ଚାରିଗୋଟି ତାଡ଼କୁ ବନ୍ଦାପନା କରନ୍ତି । ବନ୍ଦାପନା ସମ୍ପନ୍ନ ହେବା ଉତାରେ ବିଜେ କାହାଳୀ ବାଜି ତାଡ଼ ଗୁଡିକ ଶ୍ରୀମନ୍ଦିରକୁ ବିଜେ ହୁଏ।ବଡ଼ଠାକୁର ବଳଭଦ୍ର , ମା ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ଗୋଟିଏ ଲେଖାଏଁ ତାଡ଼ ସହ ଗୋଟିଏ ଅତିରିକ୍ତ ତାଡ଼ ଶ୍ରୀମନ୍ଦିରକୁ ବିଜେ ହୁଏ । କୁମ୍ଭକାର ସେବକ ମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଆସନ୍ତି । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣଠାରେ ରଖାଯାଏ । ସଂଧ୍ୟାଧୂପ ପରେ ଜଣେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ଦକ୍ଷିଣକାଳୀ ମନ୍ଦିରକୁ ଯାଆନ୍ତି । ଦକ୍ଷିଣକାଳୀଙ୍କ ସେବକ ତାଙ୍କଠାରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଆସି ସିଂହଦ୍ବାର ଦେଇ ରୋଷଦ୍ବାର ବାହାର ପାଶେ ଆଜ୍ଞାମାଳ ରୋଷଆଡ଼େ ଦେବେ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।

*ବ୍ରହ୍ମୋଉବାଚ*

ତ୍ରୟୋଦଶ୍ୟାଂ ତିଥୌ ରାଜନ୍ନାଚାର୍ଯ୍ୟୋ ଜଗତାଂ ପତେଃ ।
ତୃତୀୟକାଳପୂଜାଂ ଚ କୁର୍ଯ୍ୟାତ୍ପରମଭକ୍ତିତଂ ।।୧ ।।

*ବ୍ରହ୍ମା କହିଲେ – ହେ ରାଜନ୍ ! ତ୍ରୟୋଦଶୀ ତିଥିରେ ଆଚାର୍ଯ୍ୟ ପ୍ରବର ଜଗନ୍ନାଥଙ୍କର ତୃତୀୟ କାଳର ପୁଜା ପରମଭକ୍ତି ସହକାରେ ସଂପାଦନ କରିବେ* ।

ତଦନ୍ତେ ଜଗଦୀଶାଙ୍ଗାଦାଜ୍ଞାମାଳାଂ ସୁମଞ୍ଜୁଳାମ୍ ।
ଘଣ୍ଟାନାଂ ମର୍ଦ୍ଦଳାନାଂ ଚ କାହାଳକାଂସ୍ୟତାଳୟୋଃ ।।୨ ।।
ନିଃସ୍ୱନେ ଜାୟମାନେଽଥ ଛତ୍ରଚାମରଜୃମ୍ଭଣେ ।
ମହୋତ୍ସବତୟା ତାଂ ତୁ ଗୃହୀତ୍ଵ କାଳିକାନ୍ତିକମ୍ ।।୩।।

*ତାହାପରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ସୁମଞ୍ଜୁଳ ଆଜ୍ଞାମାଳ ଆଣି ଘଣ୍ଟା, ମର୍ଦ୍ଦଳ, କାହାଳୀ, ଘଣ୍ଟଧ୍ୱନି ସହିତ ଛତ୍ର ଚାମର ଧରି ମହୋତ୍ସବ ମଧ୍ୟରେ ତାହାକୁ ନେଇ କାଳିକାଙ୍କ ନିକଟକୁ ଯିବ*।

ଗଚ୍ଛେତ୍ତତ୍ର ତଦା କାଳୀଂ ପ୍ରାର୍ଥୟେନ୍ନୃପସତ୍ତମ ।
କାଳରାତ୍ରି ନମସ୍ତୁଭ୍ୟଂ ସର୍ବବିଘ୍ନବିନାଶିନି ।I ୪ I।

*ହେ ନୃପ ! ସେଠାକୁ ଯାଇ କାଳୀଙ୍କୁ ପ୍ରାର୍ଥନା କରିବ । ହେ କାଳରାତ୍ରି ! ହେ ସକଳ ବିଶ୍ବର ବିନାଶକାରିଣି ! ତୁମ୍ଭଙ୍କୁ ନମସ୍କାର* ।

ତ୍ୱଂ ବିଷ୍ଣୁବଲ୍ଲଭା ନିତ୍ୟମାଜ୍ଞାଂ କୁରୁ ଜଗତ୍ପତେଃ ।
ପାକଶାଳାଂ ସମାଗଚ୍ଛ ଶ୍ରୀଘ୍ରମେବଂ ଶୁଭେଽଧୁନା ।।୫ ।।

*ତୁମ୍ଭେ ବିଷ୍ଣୁଙ୍କର ପ୍ରିୟପତ୍ନୀ ଅଟ । ଜଗନ୍ନାଥଙ୍କର ଏହି ଆଜ୍ଞାରେ ବର୍ତ୍ତମାନ ଶୁଭସମୟରେ ପାକଶାଳାକୁ ଶୀଘ୍ର ଆସିବା ହେଉ* ।

ଅମାବାସ୍ୟାଦନିଂ ପ୍ରାପ୍ୟ ନୈବେଦ୍ୟେ ବିଘ୍ନନାଶିନି ।
ତତ୍ପରା ଭବ ହେ ମାତ ନମସ୍ତୁଭ୍ୟଂ ସୁରେଶ୍ଵରି ।। ୬ ।।

*ହେ ବିଘ୍ନନାଶିନି ! ଅମାବାସ୍ୟା ଦିନ ନୈବେଦ୍ୟ ପ୍ରସ୍ତୁତି ନିମନ୍ତେ ତୁମ୍ଭେ ତତ୍ପର ହୁଅ । ହେ ସୁରେଶ୍ଵରି ! ହେ ମାତଃ ! ତୁମ୍ଭକୁ ପ୍ରଣିପାତ ଜଣାଉଛି* ।

ଇତ୍ୟୁଚାର୍ଯ୍ୟ ଚ ତାଂ ମାଳାଂ କାଳରାତ୍ରିଂ ସମର୍ପୟେତ୍।
ତସ୍ୟା ମାଳାଂ ସମାନୀୟ ପାକଶାଳାନ୍ତରେ ପୁନଃ।। ୭।।

*ଏହା କହି ଉକ୍ତ ଆଜ୍ଞାମାଳକୁ କାଳରାତ୍ରୀଙ୍କୁ ସମର୍ପଣ କରିବ। ତାହାପରେ ସେହି ମାଳାକୁ ଆଣି ପାକଶାଳା ମଧ୍ୟରେ କୌଣସି ଏକ ସୁନିଶ୍ଚିତ ସ୍ଥାନରେ ରଖିବ*।🙏❤️

13/03/2025
13/03/2025

ସିଦ୍ଧିଦାତା ବିଦ୍ୟାଦାତା ମୁକ୍ତିଦାତା ଗଜାନନ ll MUSIKATV

06/03/2025

କଇଁଚ କାକୁଡି ଲଳିତା ପିତା ଜଗନ ଆମ ଜଗତ ଜିତା ll MUSIKATV

22/02/2025

ଜୟୀରାମ ସାମଲ ଓ ରୁନୁ ପରିଜାଙ୍କ ଅଭିନୀତ ଏହି ଗୀତଟି କେଉଁ ସିନେମାର କମେଣ୍ଟ ବକ୍ସରେ ଲେଖନ୍ତୁ ll MUSIKATV

Address

Bhubaneswar
751007

Website

Alerts

Be the first to know and let us send you an email when Musikatv posts news and promotions. Your email address will not be used for any other purpose, and you can unsubscribe at any time.

Share