08/07/2026
*********ନାଟକ:-ଇମରୋଜ ******
ଅମ୍ରିତା ପ୍ରୀତମ ଓ ଇମରୋଜଙ୍କ ପ୍ରେମ କାହାଣୀ।
ଜଣେ ଲେଖିକା ଓ ଜଣେ ଚିତ୍ରକରଙ୍କ ପ୍ରେମ କାହାଣୀକୁ ମଞ୍ଚରେ ଫୁଟାଇବାକୁ ଆମର ପ୍ରୟାସ।
ସୌମ୍ୟ ରଞ୍ଜନ ମିଶ୍ର
*****************
ମଞ୍ଚ, ଧାରାବାହିକ ଓ ଚଳଚ୍ଚିତ୍ରର ଖ୍ୟାତନାମା ପରିଚିତ ନାଁ। ମଞ୍ଚରେ ଖୁବ୍ ନିଷ୍ଠାବାନ ଓ ପରିଶ୍ରମୀ। ଦୀର୍ଘ ଦେଢ଼ ଦଶନ୍ଧି ଧରି ମଞ୍ଚ ନାଟକରେ ସକ୍ରିୟ। ପଚାଶରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେବଳ ମଞ୍ଚରେ ନୁହଁ, ଧାରାବାହିକ, ସିନେମା, ୱେବ୍ ସିରିଜ୍, ମ୍ୟୁଜିକ ଆଲବମ ଆଦିରେ ଅଭିନୟ କରି ପରଦାରେ ମଧ୍ଯ ନିଜର ସ୍ୱତନ୍ତ୍ରତା ତିଆରି କରିଛନ୍ତି ସୌମ୍ୟ।
ଉତ୍ତର ପୁରୁଷ ନାଟ୍ୟ ସଂସ୍ଥାର ଆଜୀବନ ସଦସ୍ୟ। ଅସୀମ ବସୁ, ଗୌରିଶ୍ୟାମ ମହାପାତ୍ର, ସୂର୍ଯ୍ୟ ମହାନ୍ତି, ପ୍ରସନ୍ନ ମିଶ୍ରଙ୍କ ନିର୍ଦେଶନାରେ ବହୁ ନାଟକରେ ଅଭିନୟ କରି ନିଜ ବଳିଷ୍ଠ ଛାପ ଛାଡିଛନ୍ତି।
ଆସନ୍ତୁ ଅସନ୍ତା ୨୯ ତାରିଖ ଭଞ୍ଜକଳା ମଣ୍ଡପରେ ଦେଖିବେ ଆପଣମାନଙ୍କ ପ୍ରିୟ ଅଭିନେତାଙ୍କ ଅଭିନୟର ଆଉ ଏକ ଭିନ୍ନ ଦିଗ।
ନାଟକର ମୁଖ୍ୟ ଚରିତ୍ର ଇମରୋଜ ଭୂମିକାରେ ଅଭିନୟ କରୁଛନ୍ତି ସୌମ୍ୟ।
ନାଟକ ଦେଖିବା ପାଇଁ ସାମାନ୍ୟ ଦେୟ ଦେବାକୁ ପଡ଼ିବ। ଦର୍ଶକୀୟ ସହଯୋଗ ଅତିରିକ୍ତ ନାଟକ କରିବା ସହଜ ନୁହେଁ। ଆଶା ରଖିବୁ ଆମର ଏଇ ଭିନ୍ନ ପ୍ରୟାସରେ ଆପଣମାନେ ସହଯୋଗର ହାତ ବଢ଼ାଇବେ।
ଟିକେଟ କାଟି ନାଟକ ଦେଖିବାକୁ ଆସିବେ।
ବୁକ୍ ମାଇ ସୋ' ରେ ଉପଲବ୍ଧ ହେଉଛି ଟିକେଟ।
https://in.bookmyshow.com/plays/imroj-odia-drama/ET00505107
Ministry of Culture