Writer IN Residence

Writer IN Residence First-ever fully funded writer-in-residence programme for Odia authors

26/06/2026

ପେନ୍‌ ଇନ୍‌ ବୁକ୍ସ "ବସାରେ ଲେଖକ - ୨୦୨୬"
PEN IN BOOKS Writer IN Residence 2026

* ଓଡ଼ିଶାରେ ପ୍ରଥମ 'ରାଇଟର୍‌ ଇନ୍‌ ରେସିଡେନ୍ସି' ଯୋଜନା
* ଭାଗନେବେ ୧୦ ଜଣ ତରୁଣ ଲେଖକ
* ବରିଷ୍ଠ ଲେଖକଙ୍କ ସହ ହେବ ଭାବ ବିନିମୟ
* ଶିଖିବେ ଉପନ୍ୟାସ ଲେଖନ କଳା

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ୨୧ ବର୍ଷରେ ପଦାର୍ପଣ କରୁଥିବା ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ 'ବସାରେ ଲେଖକ'। ନୂଆ ଲେଖକ ନିର୍ମାଣ ଲକ୍ଷ୍ୟରେ ହେଉଥିବା ଏହି କର୍ମଶାଳାରେ ଭାଗନେବା ପାଇଁ ୨୫ ବର୍ଷରୁ କମ ବୟସର ୧୦ ଜଣ ତରୁଣ ଲେଖକ ମନୋନିତ ହୋଇଛନ୍ତି ବୋଲି ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।

ଚିଲିକା ହ୍ରଦ କୂଳରେ ଅନୁଷ୍ଠିତ ହେବାକୁ ଥିବା ଏ ସପ୍ତାହବ୍ୟାପୀ ଆବାସିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମୋଟ ୧୪୩ଟି ଆବେଦନ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୩୦ ଜଣଙ୍କୁ ଉପନ୍ୟାସର ଗୋଟିଏ ଲେଖାଏଁ ଅଧ୍ୟାୟ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୦ ଜଣ ମନୋନିତ ହୋଇଥିଲେ। ମନୋନିତ ୧୦ ଜଣ ଲେଖକ ହେଉଛନ୍ତି ବରଗଡ଼ର ଧର୍ମରାଜ ମହାମଲ୍ଲିକ, ଢେଙ୍କାନାଳର ବିଶ୍ବଜିତ ସାହୁ, କଟକର ପ୍ରୀତିକ୍ରିଷ୍ଣା ସାହୁ, ଜଗତସିଂହପୁରର ସୁରଜିତ ପ୍ରଧାନ, ଯାଜପୁରର ସଂଜୟ ରାଉଳ, ଗଞ୍ଜାମର ବାଦଲ ପଲେଇ, ଅନୁଗୋଳର ତୃପ୍ତିମୟୀ ରାଉଳ, କଟକର ଶୁଭଶ୍ରୀ ଦାସ, ଭଦ୍ରକର ସସ୍ମିତା ବେହେରା ଓ କେନ୍ଦ୍ରାପଡ଼ାର ଜ୍ୟୋତିରଞ୍ଜନ ଦାସ।

ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା (Subhransu Panda) ଓ ମିୟୋଗ ପାତ୍ର (Miyog R Patra) ଏହି 'ବସାରେ ଲେଖକ' କାର୍ଯ୍ୟକ୍ରମର 'ଅଭିମନ୍ତା' (mentor) ଅଛନ୍ତି। ଚଳିତ ବର୍ଷର ବିଷୟ ରହିଛି 'କ୍ୟାମ୍ପସ୍‌ ଉପନ୍ୟାସ'। ଅଭିମାନ୍ତାମାନଙ୍କ ତତ୍ତ୍ବାବଧାନରେ ଗତ ତିନିମାସ ମଧ୍ୟରେଏ ୧୦ ଜଣ ଲେଖକ ଶିକ୍ଷାନୁଷ୍ଠାନକୁ କେନ୍ଦ୍ରକରି ଗୋଟିଏ ଲେଖାଏଁ ଉପନ୍ୟାସ ଲେଖିଛନ୍ତି। ସାତଦିନିଆ କର୍ମଶାଳାରେ ସେମାନଙ୍କ ଉପନ୍ୟାସର ମୂଲ୍ୟାୟନ କରାଯିବା ସହ ସଂଶୋଧନ, ସଂପାଦନ, ପୁନର୍ଲିଖନ ଓ ପରିବର୍ତ୍ତନ ଲାଗି ପରାମର୍ଶ ଦିଆଯିବ। ପ୍ରତ୍ୟହ କର୍ମଶାଳାରେ ରାଜ୍ୟର ବହୁ ବରିଷ୍ଠ କଥାକାର 'ବିଷୟ ବିଶେଷଜ୍ଞ' ଭାବରେ ଯୋଗଦେବେ ଏବଂ ତରୁଣ ଲେଖକମାନଙ୍କ ଉପନ୍ୟାସ ଲେଖକନର କଳା ଓ କୌଶଳ ବାବଦରେ ପରାମର୍ଶ ଓ ଶିକ୍ଷା ଦେବେ।

କର୍ମଶାଳା ପରେ ୧୦ ଜଣ ଲେଖକଙ୍କ ୧୦ ଉପନ୍ୟାସ ପୁସ୍ତକ ଆକାରରେ ପ୍ରକାଶ ପାଇବ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ପୁସ୍ତକଗୁଡ଼ିକ ଉନ୍ମୋଚିତ ହେବା ସହ ୧୦ ତରୁଣ ଲେଖକଙ୍କୁ ସମ୍ମାନିତ କରାଯିବ। ସମ୍ପୂର୍ଣ୍ଣ ନିଃଶୁଳ୍କ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ତରୁଣ ଲେଖକଙ୍କ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ରହଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବହନ କରିବ।

ଚଳିତ ବର୍ଷ ଏ ହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ସମସ୍ତ ତରୁଣ ଲେଖକଙ୍କୁ PEN IN BOOKS ଓ Odia Media Private Limited ପକ୍ଷରୁ ଅଭିନନ୍ଦନ।

#ବସାରେଲେଖକ
#ପ୍ରତିଘରପାଠାଗାର
#ଉତ୍କର୍ଷର୨୧ବର୍ଷ
fans

Address

Bhubaneswar

Telephone

+916742360203

Website

Alerts

Be the first to know and let us send you an email when Writer IN Residence posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Writer IN Residence:

Shortcuts

Share