Shelley ;The Rebel soul with Wisdom Heart"

Shelley ;The Rebel soul with Wisdom Heart" ମୁଁ ନିଜକୁ ଫି ଦିନ ଜାଳିଦଲେ ସୂର୍ଯ୍ୟାଲୋକରେ
ପୁଣି ରାତିରେ ଗଢେ ନିଜକୁ ନିଜ ଚିତାର ଭସ୍ମରୁ !!

04/06/2026
ବ୍ୟାସେ ଶୁଣୁଛ;             ଏ ଜାତିର ଟେକ ରଖିଯାଇଥିବା ତୁମେ , ଫକିରମୋହନ ସେନାପତି କୁଆଡେ ଏବେ ଓଡିଆ ଅସ୍ମିତାର ରକ୍ଷକ ସାଜିଥିବା ଲୋକମାନଙ୍...
29/05/2026

ବ୍ୟାସେ ଶୁଣୁଛ;

ଏ ଜାତିର ଟେକ ରଖିଯାଇଥିବା ତୁମେ , ଫକିରମୋହନ ସେନାପତି କୁଆଡେ ଏବେ ଓଡିଆ ଅସ୍ମିତାର ରକ୍ଷକ ସାଜିଥିବା ଲୋକମାନଙ୍କର ଦୃଷ୍ଟିକଟୁ ହେଉଛନ୍ତି!!!

ତୁମକୁ ଏ ଜାତି ବାରମ୍ବାର ଅପମାନ କରୁଛି । ଆଗ ତୁମ ଗପକୁ ନେଇ ସିନେମା କଲେ ଆଉ କହିଲେ ତୁମେ କୁଆଡେ ଜଣେ ସ୍ତ୍ରୀଲୋକକୁ ଅପମାନ କରିଛ? ସେମାନେ ବୁଝିଲେନି ଯେ ଏଠି " ରାଣ୍ଡିପୁଅ ଅନନ୍ତା" ଗୋଟେ ନାଁ । ଗୋଟେ ବିଶେଷ୍ୟ ପଦ । ଅନନ୍ତା ହୁଏତ ଅନେକ ଥିବେ କିନ୍ତୁ " ରାଣ୍ଡିପୁଅ ଅନନ୍ତା " ଗୋଟିଏ । ଯେ ତୁମ ଲେଖନୀରେ ଅମର । ଯାହାକୁ ତୁମେ ତୁମର ସମସ୍ତେ ଭଲ ପାଇବା ଦେଇ ତୁମ ଲେଖନୀରୁ ତିଆରି କରିଥିଲ। ତାକୁ ବିକୃତ କରି ସିନେମା ବନାଗଲା । କିଛି ମୂର୍ଖ ତୁମ ଉପରେ ଆଙ୍ଗୁଠି ଉଠେଇଲେ । ଯେଉଁ ମାନଙ୍କର ଓଡିଆ ସାହିତ୍ୟ ସହ କୌଣସି ସମ୍ପର୍କ ନାହିଁ ସେମାନେ ତୁମକୁ ପ୍ରଶ୍ନ କଲେ ଆଉ ତୁମେ ସେଇ ଉପରୁ ପୂର୍ବ ପୁରୁଷ ହେଇ ତଥାପି ଆଶିର୍ବାଦ ଦେଉଥିଲ।

ହେ ଏ ଓଡିଆ ଜାତିର ସେନାପତି ଆଜି ଆଉଥରେ ଏ ଜାତି ତୁମକୁ ଅପମାନ କରୁଛି । ଓଡିଆ ଅସ୍ମିତାର କର୍ଣ୍ଣଧାର ସାଜିଥିବା ଓଡିସାର ଶାସକ ଦଳ ତୁମକୁ ଇଂରେଜ ମାନଙ୍କ ବିଶ୍ବାସ ଭାଜକ ଆଉ ଓଡିଶାର ବିଶ୍ବାସର ଭଙ୍ଗ ସେନାପତି ଭାବରେ ଅଭିଷିକ୍ତ କରିବାକୁ ତତ୍ପର। ତୁମେ ଦେଖୁଛ ବ୍ୟାସେ?
ତୁମକୁ ଶୁଭୁଛି ନା?

କଣ ନକରିଛ ଏ ଜାତି ପାଇଁ ! ଏ ଜାତିର ଏକତ୍ରୀକରଣରେ ତୁମର ଭୂମିକାକୁ କେମିତି ଭୁଲିଗଲା ଏ ଜାତି ? ସ୍ବତନ୍ତ୍ର ଓଡିଶା ପ୍ରଦେଶର ଗଠନ ପାଇଁ ତୁମର ଅବଦାନ କଣ ସତରେ ଅବିସ୍ମରଣୀୟ ନୁହେଁ ?

ବ୍ୟାସେ , ତୁମ ଲେଖନୀ ସମୃଦ୍ଧ କରିଛି ଆମକୁ । ରେବତୀର ପ୍ରେମ , ଧୂଳିଆ ବାବାରେ ତୁମେ ତିଆରି କରିଥିବା ସାମାଜିକ ସଚେତନତା , ନୂଆବୋହୂର ସେ ଠାର ଆଉ ଚଳନୀ , ରାଣ୍ଡିପୁଅ ଅନନ୍ତାରେ ଯେଉଁ ତ୍ୟାଗର କାହାଣୀ ତୁମେ ଏ ଜାତିକୁ ଭେଟିଦେଲ , ତାକୁ ଏତେ ଶିଘ୍ର ଭୁଲିଗଲା ଏ ଜାତି?

ପ୍ରଜାମେଳିର ଇତିହାସ ଠିକରେ ପଢି ନଥିବା ମୂର୍ଖ ଲୋକ ତୁମକୁ ଆଙ୍ଗୁଠି ଦେଖାଉଛନ୍ତି? ଧିକ୍ ଆମ ମାନଙ୍କୁ ଯେ ଏତକ ଶୁଣି ବି ଚୁପ୍ ରୁହୁଛୁ। କାରଣ ଶାସକ ଦଳରୁ , ଏକାଡେମୀରୁ କିଛି ମିଳିବନି ନହେଲେ।

ଆମେ ଭୀରୁ ବ୍ୟାସେ । ଆମେ କାପୁରୁଷ। ଆମେ ଏମିତି ଏକ ଜାତିରେ ରୂପାନ୍ତରିତ ହେଲୁଣି, ଯେଉଁଠି ନିଜର ସ୍ବାର୍ଥ ସାଧନ ପାଇଁ ଆମେ ଚୁପ୍ ରହିପାରୁ , ତୁମର ଅପମାନ ସହିପାରୁ, ତୁମକୁ ଇଂରେଜ ମାନଙ୍କ ଦଲାଲ୍ କହୁଥିବା ଲୋକଙ୍କୁ ବିରୋଧ କରିବାକୁ ଡରୁ । ଶାସକ ଦଳ ହାତର କ୍ରୀଡ଼ାନକ ଆମେ ବ୍ୟାସେ !

ମୋତେ ଲାଜ ଲାଗୁଛି ବ୍ୟାସକବି! ମୋତେ କଷ୍ଟ ହେଉଛି । ତୁମ ବାରମ୍ବାର ଅପମାନ ଦେଖି ମୁଁ ମର୍ମାହତ। ତୁମକୁ ସମ୍ମାନ ଦେଇ ପାରୁନଥିବା ଏ ଜାତି ଯେ କେତେ ମାତ୍ରାରେ ସ୍ବାର୍ଥପର ସେ କଥା ମୋର କଳ୍ପନାର ବାହାରେ ।

ଆମକୁ କ୍ଷମା କରିବ ନାହିଁ ବ୍ୟାସେ । ଆମକୁ କ୍ଷମା କରିବ ନାହିଁ । କାରଣ ଆମେ କୃତଘ୍ନ । ଆମେ ସଇତାନର ପୂଜାରୀ । ଆମକୁ କ୍ଷମା କରିବ ନାହିଁ । ଆମ ଦୋଷ ଅକ୍ଷମଣୀୟ । 🙏🙏🙏🙏🙏।

। ଇତି ।
ଆପଣଙ୍କର ଜଣେ ଅକ୍ଷମଣୀୟ ଉତ୍ତର ପିଢି।
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

©️ଶେଲି

ସମସ୍ତ ସମ୍ପର୍କରେ ସହଭାଗିତା ସହ ସମ୍ମାନ ଓ ପାରସ୍ପରିକତାର ଦରକାର ପଡେ । ପ୍ରେମ ସେଠି ସମ୍ଭବ ନୁହେଁ ଯଦି ତୁମ ସମ୍ପର୍କରେ ସ୍ବାଧିନତା ନଥାଏ । ...
19/05/2026

ସମସ୍ତ ସମ୍ପର୍କରେ ସହଭାଗିତା ସହ ସମ୍ମାନ ଓ ପାରସ୍ପରିକତାର ଦରକାର ପଡେ । ପ୍ରେମ ସେଠି ସମ୍ଭବ ନୁହେଁ ଯଦି ତୁମ ସମ୍ପର୍କରେ ସ୍ବାଧିନତା ନଥାଏ । ସବୁ ଚଳେ , ପ୍ରେମ , ଆନ୍ତରିକତା , ଭଲପାଇବା କିନ୍ତୁ ଏ ସବୁ ବି ଯଥେଷ୍ଟ ନୁହେଁ ଯଦି ତୁମ ଅସମାନ । ତାହା ପ୍ରେମ ପାଇବାରେ ହେଉ ବା ସମ୍ମାନରେ । ପ୍ରେମ ଏକ ବୃହତ୍ତର ଶକ୍ତି କିନ୍ତୁ ସମ୍ମାନ ଦରକାର । ପ୍ରେମ ସହ ସମ୍ମାନ ଥାଏ , ଆଉ ନଥିଲେ ତାହା କେବଳ ଦୈହିକ ଆକର୍ଷଣ ।

©️ଶେଲି

Always remember It's better to be bitch , then a bechari .
13/05/2026

Always remember
It's better to be bitch , then a bechari .

A red saree is a powerful, timeless fashion statement representing confidence, passion, and cultural heritage, often cho...
09/05/2026

A red saree is a powerful, timeless fashion statement representing confidence, passion, and cultural heritage, often chosen to embody grace and strength.

Ooooo saathi ree
03/05/2026

Ooooo saathi ree

Address

Unit 8
Bhubaneswar
751003

Telephone

+919861480999

Website

Alerts

Be the first to know and let us send you an email when Shelley ;The Rebel soul with Wisdom Heart" posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Shelley ;The Rebel soul with Wisdom Heart":

Share

Category