04/07/2026
ତମେ ତ ବିଜେପି ର ବହୁତ୍ ବଡ଼ ସମର୍ଥକ ନା ମୋତେ ଟିକେ ଉତ୍ତର ଦେବ ତଳେ ମୋ ପ୍ରଶ୍ନ ର । ୧୦ ଟା ପ୍ରଶ୍ନ ମାତ୍ର 😂
୧) ବାଂଲାଦେଶ ୬୦ କୋଟି କଣ ପାଇଁ ଦିଆ ଗଲା ଗତ ଆର୍ଥିକ ବଜେଟ ରେ ?
୨) ଟଙ୍କା ର ମୂଲ୍ୟ ଡଲାର ଆଗରେ ହ୍ରାସ ପାଇବା ର କାରଣ କଣ ?
୩) ଆମେରିକା ଟ୍ରେଡ ଡିଲ ରେ ଆମେରିକା କୁ ୦% tax କରିବା ଆଉ ଋଷିଆ ଠୁ ତେଲ କିଣିବା ବନ୍ଦ କଣ ପାଇଁ କଲ ?
୪) ଆଜି ପର୍ଯ୍ୟନ୍ତ ପ୍ରେସ କନଫରେନ୍ସ କେତୋଟି କରିଛ ?
୬) ଦେଶ ଆର୍ଥିକ ଅବନିତି ର କାରଣ କଣ ?
୫)୨୦୧୪ , ୨୦୧୯ ଆଉ ୨୦୨୪ ନିର୍ବାଚନ ଇସ୍ତାହାର ର କେତୋଟି ପୂର୍ଣ୍ଣ କରିଛ ?
୭) ଦେଶ କୁ କେତେ ଭାଗ ଋଣ ରେ ବୁଡେଇ ସାରିଲାଣି ?
୮) ଭାରତ ର ପ୍ରତ୍ୟେକ ଲୋକ ଙ୍କ ମୁଣ୍ଡ ପିଛା ଆୟ କେତେ ଆଉ ଋଣ କେତେ ?
୯) ଭାରତ ର ମହଙ୍ଗା ହାର ଆଉ ଅଭିବୃଦ୍ଧି ହାର କେତେ ?
ଯଦି ଅନ୍ତର ଅଛି ତେବେ ଏତେ ଅନ୍ତର ହେବାର କାରଣ କଣ ?
୧୦) PM cares Funds ର ବିନିଯୋଗ କେତେ , ଖର୍ଚ୍ଚ କେତେ , ବଳକା କେତେ ? ସବିଶେଷ ବିବରଣୀ ଦିଅ ?
୨୪ ବର୍ଷ ରେ ବିଜେଡି ସରକାର କିଛି କରିନି ଆପଣ ଙ୍କ ହିସାବ ରେ ଆଉ ମୁଁ ଜଣେ ସାଧାରଣ ନାଗରିକ ହିସାବ ରେ ଆପଣ ଙ୍କ ସମର୍ଥନ କରୁଛି ... ହେଲେ ତମେ ୧୨ ବର୍ଷ ରେ କଣ କଣ ତାଡ଼ିଛ ଟିକେ କହିଲ ?
ମେକ୍ ଇନ୍ ଇଣ୍ଡିଆ : ବିଫଳ
ମହିଳା ସୁରକ୍ଷା : ବିଫଳ
ସ୍ୱଚ୍ଛ ଭାରତ : ବିଫଳ
ନମାମି ଗଙ୍ଗେ : ବିଫଳ
ପ୍ରଦୂଷଣ ନିୟନ୍ତ୍ରଣ : ବିଫଳ
ମୁଦ୍ରାସ୍ଫୀତି ନିୟନ୍ତ୍ରଣ : ବିଫଳ
୧୦୦ ସ୍ମାର୍ଟ ସିଟି : ବିଫଳ
ଦୁର୍ନୀତି ନିୟନ୍ତ୍ରଣ : ବିଫଳ
କଳାଧନ ଫେରସ୍ତ : ବିଫଳ
୨୦୨୩ ସୁଦ୍ଧା ବୁଲେଟ୍ ଟ୍ରେନ୍ : ବିଫଳ
ଡଲାର ପିଛା ଟଙ୍କାର ମୂଲ୍ୟ ₹୪୦ : ବିଫଳ
ପ୍ରତିବର୍ଷ ୨ କୋଟି ଚାକିରି : ବିଫଳ
ଚାଷୀଙ୍କ ଆୟ ଦ୍ୱିଗୁଣିତ : ବିଫଳ
ବେକାରୀ ହ୍ରାସ : ବିଫଳ
ପ୍ରତ୍ୟେକ ଆକାଉଣ୍ଟରେ ₹୧୫ ଲକ୍ଷ : ବିଫଳ
୨୦୨୨ ସୁଦ୍ଧା $୫ ଟ୍ରିଲିୟନ ଅର୍ଥନୀତି : ବିଫଳ
ମୋଦୀ ହେ ତୋ ମୁମ୍କିନ୍ ହୈ ..
ଅ) ୧୯୭.୧୮ ଲକ୍ଷ୍ୟ କୋଟି ଟଙ୍କା ର ଋଣ ଏବେ ଆମ ବିଶ୍ୱଗୁରୁ ଶ୍ରୀ ନରେନ୍ଦ୍ର ମୋଦୀ ଆଜ୍ଞା କରିଛନ୍ତି କଂଗ୍ରେସ ୫୫.୮୭ ଲକ୍ଷ କୋଟି ରେ ୨୦୧୪ ରେ ଛାଡିକି ଯାଇଥିଲା
ଆ) ଆପଣ ଙ୍କ ମୁଣ୍ଡ ଉପରେ କେତେ ଋଣ ଜାଣନ୍ତି କି ? ଭାରତ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମୁଣ୍ଡ ଉପରେ ଏବେ ପାଖାପଖି ୧.୩୪ ରୁ ୨.୦ ଲକ୍ଷ ଟଙ୍କା ଋଣ ଭାର ରଖିଛି , ୨୦୧୪ ରେ କଂଗ୍ରେସ ୪୦ ରୁ ୪୩ ହଜାର ରେ ଛାଡିକି ଯାଇଥିଲା
ଆହୁରି ଅନେକ କଥା ଅଛି ଭାଇ , ମୁଁ ବି ସନାତନୀ ବ୍ରାହ୍ମଣ ହିନ୍ଦୁ ବୁଝିଲ କି ଭାଇ ତ ସହ ଗୋଟେ ଭାରତୀୟ ନାଗରିକ ମଧ୍ୟ । ହେଲେ ଏଡେ ବଡ଼ ମିଛୁଆ, ଟାଉଟର, ଡହରା, ଡମ୍ପା, ଅକାଳ କୁଷ୍ମାଣ୍ଡ, ଅକର୍ମା ସରକାର ହୁଏତ ମୁଁ ପ୍ରଥମ ଥର ପାଇଁ ଦେଖୁଛି, ଧର୍ମ ଧର୍ମ କୁ ନେଇ କି ରାଜନୀତିକ ରୁଟି ସେକୁଥିବା ବତିପେଲା, ଅଗଚଲା ସରକାର ।