04/14/2026
ନମସ୍କାର
ଜୟ ଜଗନ୍ନାଥ 🙏🏻
ମହା ବିଷୁବ ସଂକ୍ରାନ୍ତି, ଯାହାକୁ ଆମେ ସ୍ନେହରେ ପଣା ସଂକ୍ରାନ୍ତି ବୋଲି କହୁ, ଆସନ୍ତା ୧୩ ଏପ୍ରିଲ ୨୦୨୬ ସନ୍ଧ୍ୟା *୬:୩୦ ଟାରୁ* ମନ୍ଦିରରେ ପାଳନ କରାଯିବ।
ଏହି ଦିନଟି ଓଡ଼ିଶାର ନବବର୍ଷର ଆରମ୍ଭ ଓ ନୂଆ ପାଞ୍ଜିର ଶୁଭାରମ୍ଭକୁ ଚିହ୍ନିତ କରେ
ଓଡ଼ିଆ ପରମ୍ପରା ଅନୁସାରେ ଏହି ଦିନଟି ପ୍ରଭୁ ଶ୍ରୀ ହନୁମାନଙ୍କ ଜନ୍ମଦିବସ ଭାବେ ମଧ୍ୟ ପାଳନ କରାଯାଏ।
ଏହି ଅବସରରେ:
• ମନ୍ଦିରରେ ପଣା ବଣ୍ଟନ କରାଯିବ
• ନୂଆ ପାଞ୍ଜି ପୂଜା କରାଯିବ
• ଶୁଖିଲା ଭୋଗ ବଣ୍ଟନ କରାଯିବ
ମନ୍ଦିରକୁ ଆସୁଥିବାବେଳେ ଦେବାଦେବୀଙ୍କୁ ସଜେଇବା ପାଇଁ କୃପା କରି ଫୁଲ ଓ ଭୋଗ ପାଇଁ ଫଳ ନେଇଆସିବେ।
📅 ତାରିଖ – ୧୩ ଏପ୍ରିଲ ୨୦୨୬
📍 ସ୍ଥାନ –୩୭୨୭୦ ନାଇଲ୍ସ୍ ବୁଲେଭର୍ଡ, ଫ୍ରେମଣ୍ଟ, କାଲିଫର୍ନିଆ
⏰ ସମୟ – ସନ୍ଧ୍ୟା 7ଟାରୁ ଆରମ୍ଭ
🙏🏻 ଶ୍ରୀ ଜଗନ୍ନାଥ ସେବକ ବୃନ୍ଦ 🙏🏻