07/01/2026
ॐଵାଵାମଣୀ ନମ୍ଃ
🛕 *ରଥ ଦଉଡି* 🛕
🪷🪷🪷🪷🪷
ପବିତ୍ରା ଧଳ ମଲ୍ଲିକ
ପରମ ପାବନ
ପତିତପାବନ
ଉତ୍କଳ ଭୂବନେ ଖ୍ୟାତ ,
ଚତୁର୍ଦ୍ଧା ମୂରତି
ଅପୂର୍ବ ଦିଧିଚି
ଶ୍ରୀକ୍ଷେତ୍ର ପୂତ ପବିତ୍ର।
ଚକ ଘୁରୁଥାଏ
ଅଖ ଘୁରୁଥାଏ
ଘୁରୁଥାଏ ନିତି ମହୀ,
ଆଷାଢ଼ ଦ୍ଵିତୀୟା
ଶୁକଳ ତିଥିରେ
ରଥ ଯାତରା ହୁଅଇ।
ଜନମ ବେଦୀରୁ
କରମର ବେଦୀ
ଜୀବନର ଗତିପଥ,
କର୍ମର ପଥରେ
ବ୍ୟଥାତୁର ପ୍ରାଣ
ହୋଇଥାଏ ବ୍ୟତିବ୍ୟସ୍ତ।
ମା'ର ମମତା
ହୃଦୟ ବେଦୀରେ
ନିନାଦିତ ହେଉଥାଏ,
ସପନ ପୁରୀରୁ
ସପନ ଦୋଳାରୁ
ନିଦକୁ ହଜାଇ ଦିଏ।
ଭାଈ ଭଉଣୀଙ୍କ
ରଥାରୁଢ଼ ପର୍ବ
ସମୁଦ୍ର ଗର୍ଜନ ପରି,
ବଳଭଦ୍ରଙ୍କ ର
*ବାସୁକୀ* ଦଉଡି
ଭକତ ଧରନ୍ତି ଭିଡି।
ଦର୍ପଦଳନ ର
*ସ୍ୱର୍ଣ୍ଣ ଚୂଡ* ପୁଣି
*ଶଙ୍ଖ ଚୂଡ* ନନ୍ଦିଘୋଷ ,
ନାଗ ନାଗୁଣୀ ର
ଅପୂର୍ବ ମିଳନ
ଦୋଳାୟୀତ ଚଉପାଶ।
ଦୁଇଶ କୋଡ଼ିଏ
ଫୁଟର ଲମ୍ବରେ
ଗୋଲେଇ ଆଡ ଇଞ୍ଚର ,
ପ୍ରତି ରଥେ ବନ୍ଧା
ଚାରୋଟି ଦଉଡି
ଶେଷ ହୁଏ ବାରଟିର।
କେରଳ ରାଜ୍ୟର
କୋଏଲ ନିଗମ
ଯୋଗାଏ ରଥ ଦଉଡି,
ପୂର୍ବେ ଆସୁଥିଲା
କଲିକତା ଠାରୁ
ରହିଛି ସ୍ମୃତି ଦିହୁଡି।
ପୁରୀ ଜିଲ୍ଲା ସ୍ଥିତ
ଚନ୍ଦନପୁର ର
ବୀର ପ୍ରତାପପୁରରେ,
ସେବକଙ୍କ ହାତେ
ଦଉଡି ପ୍ରସ୍ତୁତ
ହୁଅଇ ଭକତି ଡୋରେ ।
ପାତକ ନାଶଇ
ରଥର ଦଉଡି
ଭାଗ୍ୟର ଦଉଡି ହୋଇ,
ଭକତ ମେଳରେ
ଭକ୍ତିର ଡୋରରେ
ଭକତ ଭିଡି ନିଅଇ ।
ଅନିର୍ବଚନୀୟ
ଭକ୍ତ ଭଗବାନ
ଭାବ ଦିଆନିଆ ମନ,
ଭକତ ପ୍ରେମରେ
ବାନ୍ଧି ହୋଇଥାନ୍ତି
ଭାବଗ୍ରାହୀ ଭଗବାନ।
*ରଥ ଦଉଡି* ତ
ଜୀବନ *ଦଉଡି*
ପାହୁଣ୍ଡେ ଚାଲିବା ପାଇଁ ,
ପ୍ରତି ପାହୁଣ୍ଡ ରେ
ହୁଅନ୍ତୁ ସହାୟ
ଗନ୍ତବ୍ୟ ପଥରେ ରହି।
ଚତୁର୍ଦ୍ଧା ମୂରତି
ରଥରେ ଆସୀନ
ରଥ ଯାତରା ଟି ନାମ,
ଅନ୍ତର ପ୍ରଦେଶୁ
ଜଣାଏ ପ୍ରଣତି
ଘେନ ଆହେ ଭଗବାନ ।
💐💐💐💐💐💐
ସା- ଚାନ୍ଦକୁଡା
ପୋଅ :-ଓରାସାହି
ଭାୟା :-ଚାନ୍ଦବାଲି
ଜିଲ୍ଲା :-ଭଦ୍ରକ
ମୋ :-୯୦୯୦୬୩୬୬୦୧